ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ; ନିଜକୁ ତାଲିବାନୀ କହୁଥିବା ସନ୍ଦିଗ୍ଧ NIAକୁ ପଠାଇଲା ମେଲ୍‌…ଆଲର୍ଟ ଜାରି

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି। ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି।

ସୂଚନା ମୁତାବକ, ଏନ୍‌ଆଇଏର ଇମେଲ ଆଇଡିରେ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା, ଯେଉଁଥିରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ନେଇ ଧମକ ଦିଆଯାଇଛି। ଇମେଲ କରିଥିବା ସନ୍ଦିଗ୍ଧ ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି।

ଧମକପୂର୍ଣ୍ଣ ଇମେଲ ବିଷୟରେ ସୂଚନା ମିଳିବା କ୍ଷଣି ମୁମ୍ବାଇ ପୋଲିସକୁ ଏ ନେଇ ଅବଗତ କରାଯାଇଥିଲା। ବର୍ତ୍ତମାନ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାର ଯାଞ୍ଚ କରୁଛନ୍ତି। ଧମକପୂର୍ଣ୍ଣ ଇମେଲ କେଉଁଠାରୁ ଆସିଛି, ତାହାର ପତ୍ତା ଲଗାଇବାରେ ଲାଗିଛି ପୋଲିସ। ସେପଟେ ଦେଶର ଅଲଗା ଅଲଗା ସହରରେ ଆଲର୍ଟ ଜାରି କରାଯାଇଛି।

କହି ରଖୁଛୁ ଯେ ସିରାଜୁଦ୍ଦୀନ ହକ୍କାନୀ ତାଲିବାନର ସବୁଠାରୁ ଭୟଙ୍କର ଗୁଟ ହକ୍କାନୀ ନେଟ୍‌ଓ୍ଵାର୍କର ମୁଖିଆ। ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ପରେ ତାଙ୍କୁ କାର୍ଯ୍ୟକାରୀ ଗୃହମନ୍ତ୍ରୀ କରାଯାଇଛି। ତାଲିବାନରେ ହକ୍କାନୀ ନେଟ୍‌ଓ୍ଵାର୍କର ବହୁତ ପ୍ରଭାବ ରହିଛି। ଆମେରିକୀୟ ଯାଞ୍ଚ ଏଜେନ୍ସି ଏଫ୍‌ବିଆଇ ହକ୍କାନୀଙ୍କ ଲୋକେସନ ବିଷୟରେ ସୂଚନା ଦେବା ଲୋକଙ୍କୁ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରଖିଛି।

ସୂଚନାଥାଉ କି, ଏହା ପୂର୍ବରୁ ଜନୁୟାରୀରେ ମଧ୍ୟ ମୁମ୍ବାଇରେ ଆତଙ୍କୀ ଆକ୍ରମଣର ଧମକ ଦିଆଯାଇଥିଲା। ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.