Below header

ସାବଧାନ! ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦୀ ଜନ୍ମ କରୁଛି ପାକିସ୍ତାନ

ଏଲଓସିରେ ଲୁଚି ଭାରତକୁ ପ୍ରବେଶ କରିବାରେ ବିଫଳ ହେଉଥିବା ପାକିସ୍ତାନର ଏଜେନ୍ସି ଗୁଡିକ ସୋସିଆଲ ମିଡିଆ ଜରିଆରେ କଶ୍ମୀର ଘାଟିରେ ଥିବା ଯୁବକମାନଙ୍କୁ ଆତଙ୍କବାଦୀରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିବା ଉତ୍ତର କମାଣ୍ଡର ପ୍ରମୁଖ ଲେପ୍ଟିନାଣ୍ଟ ଜେନେରାଲ ରଣବୀର ସିଂ କହିଛନ୍ତି । ସେ କହିଛନ୍ତି କି, ସେନାର ଆତଙ୍କୀ ବିରୋଧୀ କାର୍ଯ୍ୟକଳାପ କାରଣରୁ ସୀମା ପାର ହେବା ପାଇଁ ଆତଙ୍କବାଦୀ ମାନଙ୍କୁ ବହୁତ ସମସ୍ୟା ହେଉଥିବାରୁ ପାକ୍ ବର୍ତ୍ତମାନ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀରେ ଭର୍ତ୍ତି କରିବାର ସଂଖ୍ୟାକୁ ବଢାଇଦେଇଛି । ଯେଉଁଥି ପାଇଁ ସେମାନେ ସୋସିଆଲ ମିଡିଆର ସାହାରା ନେଉଛନ୍ତି ।

terroristsସେ ଆଉ ମଧ୍ୟ କହିଛନ୍ତି କି, ସ୍ଥାନୀୟ ଯୁବକଙ୍କ ଆତଙ୍କବାଦୀରେ ଭର୍ତ୍ତୀ ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କିନ୍ତୁ ସ୍ଥାନୀୟ ଯୁବକମାନେ ମଧ୍ୟ ପାକିସ୍ତାନୀ ଏଜେନ୍ସିର ସତ୍ୟତା ବିଷୟରେ ଆସ୍ତେ ଆସ୍ତେ ଅବଗତ ହେଉଛନ୍ତି । ଜେନେରାଲ ସିଂଙ୍କ ମୁତାବକ ଗତ ବର୍ଷ ୨୧୭ ସ୍ଥାନୀୟ ଯୁବକମାନେ ଅସ୍ତ୍ରଶସ୍ତ୍ର ଉଠାଇଥିଲେ । ଚଳିତ ବର୍ଷ ଏହାର ସଂଖ୍ୟା କମ୍ ହୋଇ ୪୦ରେ ପହଁଚିଛି । ଭାରତୀୟ ସେନା କାଶ୍ମୀରି ପରିବାରମାନଙ୍କ ଏବଂ ଶିକ୍ଷକମାନଙ୍କ ସହାୟତାରେ ବହୁ ଯୁବକଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାରେ ସଫଳ ହୋଇସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.