ଆଜିଠୁ ଓପନ କୋର୍ଟରେ ହେବ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ଓପନ କୋର୍ଟରେ ହେବ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି। ଦୈନିକ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରିବେ। ମାମଲାରେ ସମସ୍ତ ପକ୍ଷ ଓକିଲଙ୍କୁ ଦସ୍ତାବିଜ ପ୍ରସ୍ତୁତ କରି ରଖି ପକ୍ଷ ରଖିବାକୁ ପୂର୍ବ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ ଖଣ୍ଡପୀଠ। ପୂର୍ବରୁ ମନ୍ଦିର ବିବାଦରେ ହିନ୍ଦୁ ଏବଂ ମୁସଲମାନଙ୍କ ପକ୍ଷ ମଧ୍ୟରେ ସହମତି ରଖିବା ଉଦ୍ଦେଶ୍ୟରେ ଅଯୋଧ୍ୟା ମଧ୍ୟସ୍ଥତା ପ୍ୟାନେଲ୍‌ ଗଠନ କରାଯାଇଥିଲା। ମଧ୍ୟସ୍ଥତା ପ୍ୟାନେଲକୁ ଜୁଲାଇ ୩୧ ଯାଏ ସମୟ ଦିଆଯାଇଥିଲା। ଏହାପରେ ତିନି ଜଣିଆ ମଧ୍ୟସ୍ଥତା କମିଟି ମୁଖ୍ୟ ଜଷ୍ଟିସ ଏଫଏମ୍‌ ଖଲିଫୁଲା ଜୁଲାଇ ୩୧ରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ତାଙ୍କ ରିପୋର୍ଟକୁ ଦାଖଲ କରିଥିଲେ। ମଧ୍ୟସ୍ଥତା କମିଟି ବାହାର କରି ପାରିଲାନି ସମାଧାନ ।