ରାଜ୍ୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ

କେନ୍ୟୁଜ୍: ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ହୋଇପାରେ ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ନିକଟରେ ସେ ଦିଲ୍ଲୀ ଗସ୍ତରେ ଯାଇ ସେଠାକାର ସ୍କୁଲରେ ହେଉଥିବା ବ୍ୟବସ୍ଥାକୁ ବୁଲି ଦେଖିଥିଲେ। ସେଠାରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ୱାରା ଚାଲିଥିବା ହାପି କରିକୁଲମକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ବିଭିନ୍ନ ଗଳ୍ପ, ସଙ୍ଗୀତ ଓ ଯୋଗକୁ ମାଧ୍ୟମ କରି ପିଲାଙ୍କୁ ପାଠ ପଢ଼ାଯାଉଛି। ଯାହାକୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦୃତ ବି ହେଉଛି। ଏଭଳି ପାଠ୍ୟଖସଡା କିଭଳି ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ଲାଗୁ କରାଯିବ ସେନେଇ ଗଣଶିକ୍ଷା ବିଭାଗ ବିଚାରବିମର୍ଶ ଚଳାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ଏଭଳି ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.