ହିରୋସୀମା ବିଭୀଷିକାକୁ ୭୪ ବର୍ଷ, ଆଜିର ଦିନରେ ଜାପାନ ସହର ଉପରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା
ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ହିରୋସିମା ଦିବସ । ୧୯୪୫ ମସିହା ଆଜିର ଦିନରେ ଜାପାନର ହିରାସିମାରେ ପରମାଣୁ ବୋମା ନିକ୍ଷେପ କରିଥିଲା ଆମେରିକା । ଆମେରିକାର ବୋଇଂ B-29ରୁ ନିକ୍ଷେପ ହେଲା ପରମାଣୁ ବୋମା ଲିଟିଲ ବଏ । ପରମାଣୁ ବୋମାର ବ୍ୟବହାର ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସବୁ ଅଙ୍କ ବଦଳି ଯାଇଥିଲା । ପ୍ରାଣ ହରାଇଥିଲେ ୭୦ ହଜାର ଲୋକ । ୩୫ ହଜାର ଲୋକ ଆହତ ହେଲେ । ସେହିପରି ଅନେକ ବିକଳାଙ୍ଗର ଶୀକାର ହେଲେ । ଏତିକିରେ ଥମିନଥିଲା ପରମାଣୁ ଯୁଦ୍ଧ । ଏହାର ୩ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୦ ତାରିଖରେ ପୁଣି ନାଗାସାକିରେ ବି ପରମାଣୁ ବୋମା ପଡିଥିଲା । ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେଲା । ଏହା ପରେ ପରମାଣୁ ବୋମାର ବ୍ୟବହାର ହୋଇ ନାହିଁ ।