Below header

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୬୯ ତମ ଜନ୍ମଦିନ ପାଳୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନର୍ମଦା ଜିଲ୍ଲାର କେବାଡିଆରେ ପହଞ୍ଚିଛନ୍ତି । ନର୍ମଦା ଡ୍ୟାମ୍‌ ପରିଦର୍ଶନ କରିବା ସହ ନଦୀ ବନ୍ଧ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ନର୍ମଦା ପୂଜାରେ ସାମିଲ ହେବା ପରେ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀ ଗରୁଡେଶ୍ୱର ଦତ୍ତ ମନ୍ଦିର ମଧ୍ୟ ଯିବେ ମୋଦି । ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ପରିଚାଳନାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ନମାମୀ ଗଙ୍ଗେ ମହୋତ୍ସବରେ ସାମିଲ ହେବେ । ଅପରାହ୍‌ଣରେ ମା’ ହୀରାବେନ୍‌କୁ ଭେଟି ଆଶୀର୍ବାଦ ନେବେ । ମୋଦିଙ୍କ ଜନ୍ମଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.