ମୋଦିଙ୍କୁ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଜନ୍ମଦିନ ଭେଟି, ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ତିଆରି କରୁଛନ୍ତି ଫିଲ୍ମ ‘ମନ୍ ବୈରାଗୀ’
ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭନ୍ସାଲୀଙ୍କ ଜନ୍ମଦିନ ଭେଟି । ମୋଦିଙ୍କୁ ଜୀବନୀକୁ ନେଇ ଫିଲ୍ମ ତିଆରି କରୁଛନ୍ତି ସଞ୍ଜୟ ଲିଲା ଭନ୍ସାଲୀ । ଏହି ଫିଲ୍ମର ନାଁ ରହିଛି ‘ମନ୍ ବୈରାଗୀ’ । ଆଜି ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହେବ । ବାହୁବଳୀ ଷ୍ଟାର ପ୍ରଭାସ ଏହି ପୋଷ୍ଟର ରିଲିଜ୍ କରିବେ । ଫିଲ୍ମରେ ମୋଦିଙ୍କ ଜୀବନର କିଛି ଅଜଣା କଥା ଦେଖିବାକୁ ମିଳିବ । ସଞ୍ଜୟ ଲିଲା ଭନ୍ସାଲୀ ଓ ମହାବୀର ଜୈନ ପ୍ରଡ୍ୟୁସ୍ କରୁଛନ୍ତି । ଫିଲ୍ମର କାହାଣୀ ଲେଖିଛନ୍ତି ସଞ୍ଜୟ ତ୍ରିପାଠୀ । ସଞ୍ଜୟ ଲିଲା ଭନ୍ସାଲୀ ନିଜେ ଫିଲ୍ମର ନିର୍ଦ୍ଦେଶନା ଦେବେ । ଏହା ପୂର୍ବରୁ ମଧ୍ୟ ମୋଦିଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ କରାଯାଇଥିଲା । ଏଥିରେ ନରେନ୍ଦ୍ର ମୋଦି ଭୂମିକାରେ ନଜର ଆସିଥିଲେ ବିବେକ ଓବରାୟ ।