ମାଲକାନଗିରି : ରାସ୍ତା ନଥିବା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍‌ସ ଆସିଲା ନାହିଁ, ନିଜ କାନ୍ଧରେ ରୋଗୀକୁ ବୋହି ନେଲେ ଡାକ୍ତର

ମାଲକାନଗିରି(କେନ୍ୟୁଜ୍): ଦେବଦୂତ ସାଜିଲେ ଡାକ୍ତର। ରୋଗୀଙ୍କୁ ଭାରରେ ବୋହିନେଲେ ଡାକ୍ତର। ମାଲକାନଗିରି ଖଇରପୁଟ ବ୍ଲକ ନୂଆଗୁଡ଼ା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରିନଥିଲା। ଫଳରେ ଡାକ୍ତର ଶକ୍ତିପ୍ରସାଦ ମିଶ୍ର ନିଜେ ରୋଗୀ ପାଖରେ ପହଞ୍ଚିଥିଲେ। ଆଉ ସେଠାରୁ ଡ୍ରାଇଭରଙ୍କ ସହ ମିଶି ଭାରରେ ୫କିଲୋମିଟର ବୋହି ନେଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚାଇଥିଲେ। ଏହାପରେ ରୋଗୀଙ୍କୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କର ଏଭଳି କାର‌୍ୟ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।