Below header

ରାମ ମନ୍ଦିର ପାଇଁ ଚାନ୍ଦା ସଂଗ୍ରହର ଆଜି ଶେଷ ଦିନ, ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥିଲା ଅଭିଯାନ

ରାମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଚାନ୍ଦା ଆଦାୟ ଅଭିଯାନର ଆଜି ଶେଷ ଦିନ। ଆଜି ରବିଦାସ ଜୟନ୍ତୀ ଅବସରରେ ଏହି ଅଭିଯାନ ସରୁଛି। ଗତ ମାସ ମକର ସଂକ୍ରାନ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୪୪ ଦିନର ଏହି ସମର୍ପଣ ଅଭିଯାନ ଆଜି ମାଘ ପୂର୍ଣ୍ଣିମାରେ ଶେଷ ହେଉଛି। ବିଶ୍ୱ ହିନ୍ଦୁ ପରିଷଦ ବାକି ଲୋକଙ୍କୁ ଶୀଘ୍ର ଚାନ୍ଦା ଦେବାକୁ ଅନୁରୋଧ କରିଛନ୍ତି।

ନିଧି ସମର୍ପଣ ଅଭିଯାନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ ବଡ଼ ବଡ଼ ସେଲିବ୍ରିଟି ଓ ନେତା ନିଜ ଯୋଗ ଦାନ ଦେଇଥିଲେ। ଦେଶର ସାଧାରଣ ଜନତା ମଧ୍ୟ ଏଥିରେ ନିଜ ସାମର୍ଥ୍ୟ ମୁତାବକ ଦାନ ଦେଇଥିଲେ। ଏ ନେଇ ବିଶ୍ୱ ହିନ୍ଦୁ ପରିଷଦ ଅଭିଯାନ ଆରମ୍ଭ କରିଥିଲା।

ଅଭିଯାନର ଶେଷ ଦିନ ଶନିବାର ବିଜେପି ସାଂସଦ ମନୋଜ ତିଓ୍ଵାରୀ ଦିଲ୍ଲୀରେ ରଥ ବାହାର କରି ରାମ ମନ୍ଦିର ପାଇଁ ସମର୍ପଣ ରାଶି ସଂଗ୍ରହ କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ୧୭ ଫେବ୍ରୁଆରୀରେ ରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତି ସୂଚନା ଦେଇଥିଲେ ଯେ ୧୫୦୦ କୋଟି ନିଧି ବ୍ୟାଙ୍କକୁ ଆସି ସାରିଛି।

ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ସାରା ଦେଶର ଲୋକମାନେ ସହଯୋଗ କରିଛନ୍ତି। ଟ୍ରଷ୍ଟ ମୁତାବକ, ୩ ବର୍ଷରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ତିଆରି ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.