୫ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମରେ ଓକିଲଙ୍କୁ କହିଥିଲେ ବେଶର୍ମ, ଏବେ ଜଣେ ଓକିଲ ଅକ୍ଷୟଙ୍କୁ ପଠାଇଛନ୍ତି ନୋଟିସ୍
![akshya](https://knewsodisha.com/wp-content/uploads/2021/02/akshya-1-1.jpg)
କଟନୀ : ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଏକ ଅଦାଲତ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କୁ ପଠାଇଛନ୍ତି ନୋଟିସ୍ । ନୋଟିସ୍ରେ ଅକ୍ଷୟ କୁମାରଙ୍କୁ ୧୦ ମାର୍ଚ୍ଚ ସୁଦ୍ଧା ୋକର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ନୋଟିସ୍ ୨୦୧୬ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁସ୍ତମ’ ର ଏକ ଡାଏଲଗ୍କୁ ନେଇ ଜାରି କରାଯାଇଛି । ଫିଲ୍ମର ଏକ ଡାଏଲଗ୍ ରେ ଅକ୍ଷୟ କୁମାର ଓକିଲଙ୍କୁ ବେଶର୍ମ କହିଥିଲେ ।
![akshya](https://cdn.knewsodisha.com/wp-content/uploads/2021/02/akshya-1.jpg)
ଅକ୍ଷୟଙ୍କ ଏହି ଡାଇଲଗ୍ କୁ ବିରୋଧ କରି ଓକିଲ ମନୋଜ ଗୁପ୍ତା ଅକ୍ଷୟଙ୍କୁ ନୋଟିସ୍ ପଠାଇଛନ୍ତି । ମଧ୍ୟପ୍ରଦେଶର କଟନୀ ଅଦାଲତ ଅକ୍ଷୟ କୁମାରଙ୍କ ବ୍ୟତୀତ ଜୀ ଏଣ୍ଟରଟେନ୍ମେଣ୍ଟ ଇଣ୍ଟରପ୍ରାଇଜେସ୍ ଲିମିଟେଡ୍ ର ଚେୟାରମ୍ୟାନ୍ ସୁଭାଷ ଚନ୍ଦ୍ରା, ଫିଲ୍ମ ଡାଇରେକ୍ଟର ଟିନୁ ସୁରେଶ ଦେଶାଇ, ଫିଲ୍ମ କଳାକାର ଅନଙ୍ଗ ଦେଶାଇ ଓ ସିଟି ପ୍ରାଇଡ୍ ସିନେମା ହଲ୍ ମାଲିକ ସୁରେଶ ଗୁପ୍ତା ଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ନ୍ୟାଭି ଅଫିସର ଭୂମିକାରେ କାମ କରିଛନ୍ତି ।