କଙ୍ଗନାଙ୍କୁ ଇ-ମେଲ୍ ମାମଲା: କ୍ରାଇମ୍ବ୍ରାଞ୍ଚ୍ ଅଫିସରେ ନିଜ ବୟାନ ରେକର୍ଡ କଲେ ହ୍ରିତିକ୍ ରୋଶନ
କ୍ରାଇମ୍ବ୍ରାଞ୍ଚ୍ ଅଫିସରେ ପହଞ୍ଚି ନିଜ ବୟାନ ରେକର୍ଡ କରାଇଲେ ବଲିଉଡ୍ ହିରୋ ହ୍ରିତିକ୍ ରୋଶନ୍। ୨୦୧୬ରେ କଙ୍ଗନା ରାଣାଓ୍ଵତ୍ଙ୍କୁ ପଠାଯାଇଥିବା ନକଲି ଇ-ମେଲକୁ ନେଇ ମୁମ୍ବାଇ ପୋଲିସର କ୍ରାଇମ୍ବ୍ରାଞ୍ଚ୍ ଆଜି ହ୍ରିତିକ୍ଙ୍କୁ ଜେରା କରିବାକୁ ଡାକିଥିଲା। ଏଣୁ ହ୍ରିତିକ୍ କ୍ରାଇମ୍ବ୍ରାଞ୍ଚ୍ ଅଫିସକୁ ଆସିଥିଲେ। ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ନିଜ ବୟାନ ରେକର୍ଡ କରିସାରିବା ପରେ ହ୍ରିତିକ୍ ଘରକୁ ଫେରିଛନ୍ତି।
ଏହା ପୂର୍ବରୁ କଙ୍ଗନା ରାଣାଓ୍ଵତ୍ ଟ୍ଵିଟ୍ କରି ଲେଖିଥିଲେ, ଦୁନିଆ କୋଉଠୁ କେଉଠି ପହଞ୍ଚିଗଲା। କିନ୍ତୁ ମୋର ସିଲି ଏକ୍ସ ଏବେ ବି ସେଠାରେ ଅଛନ୍ତି, ସେହି ମୋଡରେ। ଯେଉଁଠାକୁ ଏ ସମୟ ଆଉ ଫେରିବ ନାହିଁ।
Duniya kahan se kahan pahunch gayi magar mera silly ex abhi bhi waheen hai usi modh pe jahan yeh waqt dobara laut ke nahi jane wala … 🙂 https://t.co/wEMxFCBK3n
— Kangana Ranaut (@KanganaTeam) February 26, 2021
କ୍ରାଇମ୍ବାଞ୍ଚ୍ ଅଫିସର କହିଛନ୍ତି, ତାଙ୍କୁ ଶନିବାର ଅପରାହ୍ନରେ ଆୟୁକ୍ତ କାର୍ଯ୍ୟାଳୟରେ ସିଆଇୟୁରେ ପହଞ୍ଚିବାକୁ କୁହାଯାଇଥିଲା। ୨୦୧୬ରେ ହ୍ରିତିକ୍ଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ଯେ, କୌଣସି ବ୍ୟକ୍ତି ତାଙ୍କ ନାଁରେ ନକଲି ଇ-ମେଲ ଆଇଡି ଖୋଲି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ଙ୍କୁ ଇ-ମେଲ ପଠାଉଛନ୍ତି।
ଅଭିଯୋଗ ପରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ମଧ୍ୟ ହୋଇଥିଲା। ସାଇବର ପୋଲିସ ଷ୍ଟେସନ୍ରେ ଆଇପିସି ଧାରା ୪୧୯ ଓ ସୂଚନା ପ୍ରାଦ୍ୟୋଗିକୀ ଅଧିନିୟମର ୬୬ ସି, ୬୬ ଡି ଅନୁସାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।