ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ସକାଳ ସମୟରେ ଦିଲ୍ଲୀ ସ୍ଥିତ “ସଦୈବ ଅଟଳ” ସ୍ମାରକ ନିକଟରେ ପହଂଚି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହ ବାଜପେୟୀଙ୍କ ଝିଅ ନମିତା କୌଲ ଭାଟାଚାର୍ଯ୍ୟ ଓ ନାତୁଣୀ ନିହାରିକା ସ୍ମାରକ ନିକଟରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୨୦୧୮ ମସିହା ଆଜିର ଦିନରେ ଦୀର୍ଘ ଦିନର ଅସୁସ୍ଥତା ପରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଶ୍ରୀ ବାଜପେୟୀ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ

ପୂର୍ବରୁ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି ଟ୍ୱିଟ ଜରିଆରେ ବାଜପେୟୀଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହ ଭାରତ ସଦାସର୍ବଦା ଦେଶ ପ୍ରତି ଥିବା ତାଙ୍କର ଉତ୍କୃଷ୍ଟ ସେବା ଓ ଦେଶ ପ୍ରଗତି ପ୍ରତି ଥିବା ତାଙ୍କ ଦାନକୁ ମନେ ରଖିବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଟ୍ୱିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହ ଲେଖିଥିଲେକି, ମୁଁ ନିଜ ପିଢ଼ିର ମହାନ ବକ୍ତା, ଜଣେ ଅଜାତଶତ୍ରୁ , ଲୋକତନ୍ତ୍ରିକ ମୂଲ୍ୟର ବାହକ, ରାଷ୍ଟ୍ରବାଦୀ କବି, କୁଶଳ ପ୍ରଶାସକ ଓ ପୂର୍ବ ପିଏମ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୂଣ୍ୟତିଥୀରେ ଅନ୍ତର ଭିତରୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.