Below header

ଭାରତୀୟ କ୍ରିକେଟରେ ଧୋନି ଯୁଗର ଅନ୍ତ, ଅତୀତ ଦିନର ସ୍ମୃତିକୁ ଟ୍ବିଟରେ ସେୟାର କଲେ ସାଥୀ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  କ୍ରିକେଟକୁ ଅଲବିଦା କହିଲେ ମାହି । ଭାରତୀୟ କ୍ରିକେଟରେ ଧୋନି ଯୁଗର ଅନ୍ତ । ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ପୂର୍ବରୁ ଟେଷ୍ଟରୁ ସନ୍ୟାସ ନେଇଥିଲେ । ଏବେ ଦିନିକିଆ ଓ ଟି-ଟେ୍ଵଣ୍ଟିରେ ବି ଆଉ ଦେଖିବାକୁ ମିଳିବନି । ଇନଷ୍ଟାଗ୍ରାମରେ ଅବସର ନେଇ ନିଜେ ଘୋଷଣା କରିଛନ୍ତି ଧୋନି । ଏବେ କେବଳ ଆଇପିଏଲ୍‌ ଖେଳିବେ । ୨୦୧୯ ବିଶ୍ୱକପ୍‌ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ବିଦା ହେବା ପରଠୁ ଆଉ ଖେଳି ନାହାନ୍ତି ଧୋନି । ସେବେଠାରୁ ତାଙ୍କ ଅବସର ନେଇ କଳାନାଜଳ୍ପନା ଲାଗି ରହିଥିଲା ।

ଧୋନୀଙ୍କ ଅବସର ପରେ ଟ୍ଵିଟ୍‌ କରି ଅତୀତ ଦିନର ସ୍ମୃତିକୁ ମନେପକାଛନ୍ତି ସାଥୀ ଖେଳାଳି ଓ ବରିଷ୍ଠ କ୍ରିକେଟର । ସଚିନ୍‌ ତେନ୍ଦୁଲକର, ବିରାଟ କୋହଲୀ, ବିରେନ୍ଦ୍ର ସେହଓ୍ଵାଗ, ସୌରଭ ଗାଙ୍ଗୁଲି ଟ୍ଵିଟ୍‌ କରି  ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଶ୍ୱକପ୍‌ ବିଜୟୀ ଟିମ୍‌ର ମ୍ୟାନେଜର ଥିବା ରଞ୍ଜୀବ ବିଶ୍ୱାଳ ମଧ୍ୟ ଧୋନୀଙ୍କ ଅବସର ପରେ ଟ୍ଵିଟ୍‌ କରିଛନ୍ତି । ପୂରୁଣା ଦିନର କଥାକୁ ମନେପକାଇଛନ୍ତି । ପଡ଼ିଆରେ ଧୋନୀଙ୍କୁ ମିସ୍‌ କରିବେ ବୋଲି ଲେଖିଛନ୍ତି ରଞ୍ଜୀବ ବିଶ୍ୱାଳ ।

୨୦୦୪ରେ ବାଙ୍ଗଲାଦେଶ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳିଥିଲେ ଧୋନି । ୨୦୧୯ ଜୁଲାଇ ୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ଶେଷ ଓ୍ଵାନଡେ । ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୩୫୦ଟି ଦିନିକିଆରେ ହାସଲ କରିଛନ୍ତି ୧୦ ହଜାର ୭୭୩ ରନ । ଧୋନି ଟିମ୍‌ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକ ।

ତାଙ୍କ ନେତୃତ୍ୱରେ ୨୦୦୭ ଟି-ଟେ୍ଵଣ୍ଟି ଓ୍ଵାର୍ଲଡ କପ୍‌ ଜିତିଥିଲା ଟିମ୍‌ ଇଣ୍ଡିଆ । ୨୦୧୧ରେ ୨୮ ବର୍ଷ ପରେ ଦିନିକିଆରେ ଭାରତ ଧୋନିଙ୍କ ନେତୃତ୍ୱରେ ବିଶ୍ୱ ବିଜୟୀ ହୋଇଥିଲା । ୨୦୧୩ରେ ଟିମ୍‌ ଇଣ୍ଡିଆକୁ ଚାମ୍ପୟନସ ଟ୍ରଫି ବି ଭେଟି ଦେଇଥିଲେ ମାହି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.