ଧୋନିଙ୍କ ଅଚାନକ ରିଟାୟରମେଣ୍ଟରେ ସ୍ତ୍ରୀ ସାକ୍ଷୀ ଦେଲେ ଏମିତି ରିଆକସନ୍‌, ବଲିଉଡ ବି ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟର ମହାନାୟକ ଖେଳାଳୀ ମହେନ୍ଦ୍ର ସିଂହ ଧୋନି କ୍ରିକେଟକୁ ଅଲବିଦା କହିଛନ୍ତି। ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ନିଜ ରିଟାୟରମେଣ୍ଟ ଘୋଷଣା କରିଛନ୍ତି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଖୁବ୍‌ ରିଆକସନ୍‌ ଆସୁଛି। ମହେନ୍ଦ୍ର ସିଂହ ଧୋନିଙ୍କ ସମର୍ଥକ ଏବଂ ପ୍ରଶଂସକ ମାନଙ୍କୁ ଯେମିତି ଏହି ଖବର ଝଟକା ଦେଇଛି। ଏମଏସ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ଧୋନି ମଧ୍ୟ ଏହା ଉପରେ ରିଆକସନ୍‌ ଦେଇଛନ୍ତି ଏବଂ ହାର୍ଟ ଇମୋଜି ଦେଇଛନ୍ତି।

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on


ବଲିଉଡ ଆକ୍ଟର ରଣବୀର ସିଂହ ମଧ୍ୟ ଧୋନିଙ୍କ ରିଟାୟରମେଣ୍ଟ ପୋଷ୍ଟକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କମେଣ୍ଟରେ ଲେଖିଛନ୍ତି, ‘ଲଭ ୟୁ ମାହି ଭାଇ, ଆମମାନଙ୍କୁ ଗର୍ବର ମୂହୁର୍ତ୍ତ ଦେବା ପାଇଁ ଧନ୍ୟବାଦ।’


ସେହିପରି ବଲିଉଡ୍‌ ଆକ୍ଟର ରିତେଶ ଦେଶମୁଖ ମଧ୍ୟ କମେଣ୍ଟ ଦେଇଛନ୍ତି ସେ ଲେଖିଛନ୍ତି, ‘ଆପଣ ଆମ ହୃଦୟରୁ କେବେି ରିଟାୟରମେଣ୍ଟ ହେବେନାହିଁ।’


ବଲିଉଡ୍‌ ଆକ୍ଟର ରଣବୀପ ହୁଡା ମଧ୍ୟ ଟ୍ଵିଟ ଜରିଆରେ ତାଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.