Below header

ହିନ୍ଦି ପତ୍ରିକା “ଫେମ ଇଣ୍ଡିଆ” କଭର ପେଜରେ ସ୍ଥାନ ପାଇଲେ ଦୁଇ ଓଡ଼ିଆ ବିଧାୟକ

ଓଡିଶା ପାଇଁ ପୁଣିଥରେ ଆସିଛି ଆଉ ଏକ ଖୁସି ଖବର । ଏକ ଜାତୀୟ ପତ୍ରିକା କଭର ପେଜରେ ସ୍ଥାନ ପାଇଲେ ଦୁଇ ଓଡ଼ିଆ ବିଧାୟକ । ଦିଲ୍ଲୀରୁ ପ୍ରକାଶିତ ହେଉଥିବା ହିନ୍ଦି ପତ୍ରିକା “ଫେମ ଇଣ୍ଡିଆ” ତରଫରୁ ଭାରତର ଶ୍ରେଷ୍ଠ ବିଧାୟକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟରୁ ଚୟନ କରାଯାଇଥିବା  ୫୦ ଜଣ ବିଧାୟକଙ୍କ ମଧ୍ୟରୁ ଓଡିଶାର ଦୁଇଜଣ ବିଧାୟକ ସ୍ଥାନିତ ହୋଇଛନ୍ତି। ସେମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ପ୍ରଣବ ପ୍ରକାଶ ଫେମ ଇଣ୍ଡିଆ ଶ୍ରେଷ୍ଠ ଅଭିଳାଷୀ ବିଧାୟକ ଭାବେ ମନୋନିତ ହୋଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶ୍ରେଷ୍ଠ ବାକ୍ ଦକ୍ଷତା ସମ୍ପର୍ଣ୍ଣ ବିଧାୟକ ଭାବେ ମନୋନିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.