ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ: ଆଜି ବିଶ୍ୱ ଜଳ ଦିବସ

ନୂଆଦିଲ୍ଲୀ: ଜଳ ହିଁ ଜୀବନ । ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏମିତି ଅନେକ କଥା ରହିଛି । ଜଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୧୯୯୩ ମସିହା ଠାରୁ ମାର୍ଚ୍ଚ ୨୨ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । କିନ୍ତୁ ବିଡ଼ମ୍ବନାର ବିଷୟ, ଏହି ଦିବସ କେବଳ ଗୋଟିଏ ଦିନରେ ସୀମିତ ହୋଇ ରହି ଯାଇଛି ।

ସାରା ବିଶ୍ୱରେ ଜଳ ସମସ୍ୟା ଉଗ୍ର ହୋଇ ଠିଆ ହୋଇଛି । ଭୂତଳ ଜଳ ତଳ ମୁହାଁ ହୋଇ ଚାଲିଛି । ଜଳର ମାତ୍ରାଧିକ ଅପଚୟ ଓ ଜଳ ସଂରକ୍ଷଣ ଦିଗରେ ଲୋକମାନେ ହେୟଜ୍ଞାନ କରୁଥିବାରୁ ଆଗକୁ ସ୍ଥିତି ଉଦବେଗଜନକ ହେବ, ଏଥିରେ ସନ୍ଦେହ ନାହିଁ । ସରକାର ଏ ଦିଗରେ ଠୋସ୍‌ ପଦକ୍ଷେପ ନେଉଛନ୍ତି ନା ଲୋକେ ସଚେତନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.