Below header

ଆଜି ସୁପ୍ରିମକୋର୍ଟରେ ପୋଲାଭରମ୍‌ ମାମଲାର ଶୁଣାଣି

ଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟରେ ଆଜି ପୋଲାଭରମ୍‌ ମାମଲାର ଶୁଣାଣି । କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର ରହିଛି। ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

pol ଏହି ମାମଲାରେ ଶନିବାର ସୁଦ୍ଧା ଟର୍ମ ଆଣ୍ଡ କଣ୍ଡିସନ୍‌ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସତ୍ୟପାଠ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପୋଲାଭରମ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରୁଥିଲେ । ଆନ୍ଧ୍ରପ୍ରଦେଶରେ ପ୍ରସ୍ତାବିତ ପୋଲାଭରମ୍‌ ପ୍ରକଳ୍ପ କାମ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.