Below header

କଟକରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରିଆ ଆହତ

କଟକ(କେନ୍ୟୁଜ୍) : କଟକରେ ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଆ ଏନ୍‌କାଉଣ୍ଟରରେ ଆହତ ହୋଇଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତାନିକଟରୁ  ପିସ୍ତଲ ଓ ଗୁଳି ଜବତ ହୋଇଛି। ଗୁରିଆ ସମ୍ପର୍କରେ ଖବର ପାଇଁ ମହାନଦୀ ପଠାରେ ଯୋଜନାବଦ୍ଧ ଭାବରେ ଚଢ଼ାଉ କରିଥିଲା ସ୍ପେଶାଲ ସ୍କ୍ଵାଡ୍‌ । ଏତିକିବେଳେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ଗୁରିଆ । ପାଲଟା ଗୁଳି ମାରି ତାର ଗୋଡ଼କୁ ଜଖମ କରି ଦେଇଥିଲା ପୋଲିସ । ଗୁରିଆ ନାଁରେ ଜଗତପୁର ଥାନରେ ୪ଟି ଓ ସାଲେପୁର ଥାନାରେ ୨ଟି ଲେଖାଏଁ ମାମଲା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.