Below header

ଓଡ଼ିଶା ଓ ଛିତିଶଗଡ଼ ମହାନଦୀ ଜଳ ବିବାଦ ମାମଲା, ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି

କେ ନ୍ୟୁଜ୍‌ : ଆଜି ଟ୍ରିବ୍ୟୁନାଲରେ ହେବ ଓଡ଼ିଶା ଓ ଛିତିଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଆଜି ଟ୍ରିବ୍ୟୁନାଲ ଅନ୍ତରୀଣ ରାୟ ପ୍ରଦାନ କରିବା ସମ୍ଭାବନା ରହିଛି । ପୂର୍ବରୁ ଆପୋଷ ସମାଧାନ ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ କହିଥିଲେ ଟ୍ରିବ୍ୟୁନାଲ । ଉଭୟ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ସ୍ତରୀୟ ଓ ଜଳ ସମ୍ପଦ ସଚିବ ସ୍ତରୀୟ ବୈଠକ ଫେଲ ମାରିଥିଲା । ପରେ ଗତ ମାର୍ଚ୍ଚ ୩୦ତାରିଖ ଶୁଣାଣିରେ ପୁଣି ଆପୋଷ ସମାଧାନ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଛତିଶଗଡ଼ରେ ମହାନଦୀ ବ୍ୟାରେଜ ପ୍ରକଳ୍ପ ଗୁଡିକର ନିର୍ମାଣ ଉପରେ କାର୍ଯ୍ୟବନ୍ଦ ଆଦେଶ ଜାରି କରିବା ଏବଂ ଅଣମୌସୁମୀ କାଳରେ ହୀରାକୁଦ ଜଳଭଣ୍ଡାରକୁ ୨ ମିଲିୟନ ଏକର ଫୁଟ ଜଳ ପ୍ରବାହ ସୁନିଶ୍ଚିତ କରିବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ସରକାର ଅନ୍ତରୀଣ ଆବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.