Below header

ଖୁବଶୀଘ୍ର ଆତ୍ମସମର୍ପଣ କରିପାରନ୍ତି ଟପ୍‌ ମାଓ ନେତା ଗଣପତି

ଆତ୍ମସମର୍ପଣ କରିପାରନ୍ତି ଟପ୍‌ ମାଓ ନେତା ଗଣପତି । ଏକାଧିକ ରୋଗରେ ପୀଡ଼ିତ ଗଣପତି ଏନେଇ ଟିଆରଏସ ନେତାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି । ଦିନେ ଦୁଇ ଦିନ ଭିତରେ ଏବାବଦରେ ସବୁ କିଛି ସ୍ପଷ୍ଟ ହୋଇପାରେ । ୨୦୦୪ମସିହାରେ ସିପିଆଇ-ଏମଏଲ ଓ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ ବା MCCIର ମିଶ୍ରଣ ଘଟି ସିପିଆଇ ମାଓବାଦୀ ପ୍ରତିଷ୍ଠା ହୋଇଥିଲା । ଏହାପରେ ଗଣପତିଙ୍କ ନେତୃତ୍ୱରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ମାଓବାଦୀମାନେ ବଡ଼ ଧରଣର ହିଂସାକାଣ୍ଡ ଘଟାଇଥିଲେ ।

ଟପ୍‌ ମାଓନେତା ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି । ପ୍ରାୟ ଦେଢ଼ ଦଶନ୍ଧି ଧରି ସିପିଆଇ ମାଓ ସଂଗଠନର ନେତୃତ୍ୱ ନେବା ସହ ବହୁ ହିଂସାକାଣ୍ଡରେ ଜଡ଼ିତ ଥିଲେ । ତାଙ୍କ ମୁଣ୍ଡ ପାଇଁ ରହିଛି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି । ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ବାସିନ୍ଦା ଗଣପତି ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି । ନକ୍ସଲ ଆନ୍ଦୋଳନରେ ସାମିଲ ହେବା ପୂର୍ବରୁ ସେ ଶିକ୍ଷକତା କରୁଥିଲା । ସଂଗଠନରେ ସାମିଲର ଏକ ଦଶନ୍ଧି ମଧ୍ୟରେ ବଢ଼ିଥିଲା ଗଣପତିର ପତିଆରା । ସଂଗଠନରେ ମିଳିଲା ଟପ୍‌ ର‍୍ୟାଙ୍କ । ସାରା ଦେଶରେ ମାଓବାଦୀ ଆନ୍ଦୋଳନକୁ ସକ୍ରିୟ କରିବାରେ ଗଣପତିର ବିଶେଷ ଭୂମିକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.