Below header

ଘରକୁ ଫେରିବାରେ ୧୦ ମିନିଟ ହେଲା ବିଳମ୍ବ , ସ୍ତ୍ରୀଙ୍କୁ ଫୋନ୍ କରି ଟ୍ରିପଲ୍ ତଲାକ୍ କହିଲେ ସ୍ୱାମୀ

ଉତ୍ତରପ୍ରଦେଶ (କେନ୍ୟୁଜ୍) : ଘରକୁ ଫେରିବାରେ ୧୦ ମିନିଟ ବିଳମ୍ବ ହେଲା। ବାସ୍, ଏହି କାରଣ ପାଇଁ ସ୍ତ୍ରୀଙ୍କୁ ତଲାକ ଦେଇଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ ଆସିଛି ଉତ୍ତରପ୍ରଦେଶରୁ। ମୋବାଇଲ୍ ନମ୍ବରରେ କଲ୍ କରି ଟ୍ରିପଲ୍ ତଲାକ କହିଛନ୍ତି ସ୍ୱାମୀ। ଅଭିଯୋଗ ହୋଇଛି, ସଂପୃକ୍ତ ମହିଳା ଜଣଙ୍କ ନିଜ ବାପ ଘରକୁ ଯାଇଥିଲେ। ଏଥିପାଇଁ ତାଙ୍କ ସ୍ୱାମୀ ଦେଇଥିଲେ ଅଧଘଣ୍ଟା ସମୟ। ଏହି ସମୟ ଭିତରେ ଫେରି ଆସିବାକୁ କହିଥିଲେ ସ୍ୱାମୀ। ତେବେ ମହିଳା ଜଣଙ୍କ ଫେରିବାରେ ମାତ୍ର ୧୦ ମିନିଟ ବିଳମ୍ବ ହୋଇଥିଲା।

ବିଳମ୍ବ ହେବାରୁ ମହିଳାଙ୍କ ସ୍ୱାମୀ ତାଙ୍କ ଭାଇଙ୍କ ମୋବାଇଲ୍ ନମ୍ବରକୁ ଫୋନ୍ କରିଥିଲେ। ତିନି ଥର କହିଥିଲେ ତଲାକ। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କ ପରିବାର ଲୋକ ଭାରି ଗରିବ। ଶାଶୂ ଘର ଲୋକ ଯୌତୁକ ଦାବିରେ ତାଙ୍କୁ ବାରମ୍ବାର ନିର‌୍ୟାତନା ଦେଉଥିଲେ। ମହିଳା ଜଣଙ୍କ ଏବେ ନ୍ୟାୟ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି। ଶୀତ ଅଧିବେଶନରେ ଲୋକସଭାରେ ପାସ ହୋଇଥିଲା ଟ୍ରିପଲ ତଲାକ୍ ବିଲ୍। ସଂଶୋଧିତ ବିଲରେ ତିନ୍ ତଲାକକୁ ଅପରାଧ ଓ ମହିଳାଙ୍କ ସ୍ୱାମୀଙ୍କୁ ତିନବର୍ଷର ଜେଲ ଦଣ୍ଡ ପାଇଁ ପ୍ରସ୍ତାବ ରହିଛି। ତଥାପି ଏଭଲି ଅପରାଧ ବଢ଼ି ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.