ରାସ୍ତାକଡରେ ଠିଆ ହୋଇଥିବା ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ: ୨ ମୃତ, ୭ ଆହତ
ଉତ୍ତରପ୍ରଦେଶ ଇଟାଓ୍ଵାର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ଏବଂ ୭ ଆହତ ହୋଇଥିବା ସୂଚନା । ରାସ୍ତା କଡରେ ଠିଆ ହୋଇଥିବା ବସ୍କୁ ପଛପଟୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରକ ।
ଉତ୍ତରପ୍ରଦେଶ ଇଟାଓ୍ଵାର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା । ଫଳରେ ୨ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ସମସ୍ତଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଲିପର ବସ୍କୁ ପଛପଟୁ ଧକ୍କା ଦେଇଛି ଟ୍ରକ ।
ଖବର ମୁତାବକ, ଉତ୍ତରପ୍ରଦେଶର କାନପୁର- ଆଗ୍ରା ଜାତୀୟ ରାଜପଥର ଇଟାୱାରେ ଏଭଳି ଦୁର୍ଘଟଣା ଘଟିଛି । କାନପୁରରୁ ଉଦୟପୁର ଅଭିମୁଖେ ଯାଉଥିବା ଏକ ସ୍ଲିପର କୋଚ ବସ ରାସ୍ତାକଡରେ କିଛି ସମୟ ପାଇଁ ଅଟକିଥିଲା । ବସ୍ରେ ୬୦ ଜଣ ଯାତ୍ରୀ ଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସ୍କୁ ଧକ୍କା ଦେଇଥିଲା । ଫଳରେ ବସ୍ଟି ଦୁଇଟି ମୋଟରସାଇକେଲ ଏବଂ ଅଟୋ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଇଟାଓ୍ଵା ଜନପଦ ଥାନା ଫ୍ରେଣ୍ଡସ କଲୋନୀରେ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଆଖପାଖର ଲୋକେ ବଡ ସଂଖ୍ୟାରେ ଏକତ୍ରିତ ହୋଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ହସିପଟାଲରେ ଭର୍ତ୍ତି କରିଛି ।