Below header

ମହାରାଷ୍ଟ୍ରର ଜଲ୍‌ଗାଓଁରେ ପଲଟିଲା ଟ୍ରକ୍‌, ୧୫ ଜଣଙ୍କର ମୃତ୍ୟୁ

ଜଲଗାଓଁ :  ମହାରାଷ୍ଟ୍ର ଜଳଗାଓଁରେ ଏକ ଟ୍ରକ୍‌ ପଲଟିପଡ଼ିବାରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା କିଂଗାଓଁ ନିକଟରେ ରବିବାର ରାତି ପ୍ରାୟ ୧ଟା ବେଳେ ହୋଇଥିବା ୟାବଲ ଥାନା ପୋଲିସ ପ୍ରକାଶ କରିଛି । ମୃତକଙ୍କ ମଧ୍ୟରେ ୩ ଓ ୫ ବର୍ଷର ଦୁଇଟି ପିଲା ଥିବା ବେଳେ୧୫ ବର୍ଷର ଜଣେ କିଶୋରୀ ଅଛନ୍ତି ।

ତେବେ ଟ୍ରକ୍‌ ଉପରେ ଶୋଇଥିବା ଜଣେ ୧୪ ବର୍ଷ ବୟସ୍କ ଯୁବକ ବଞ୍ଚିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଏଥିରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାପାଇଁ ଘୋଷଣା କରିଛନ୍ତି । ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି ।

ମୃତକଙ୍କ ମଧ୍ୟରେ ହୁସେନ ମୁସଲିମ୍‌ ମନିୟାର(୩୦), ସରଫରାଜ ତଡବୀ(୩୨), ଦିଗମ୍ବର ସଫକଲେ(୫୫),ଦିଲ୍‌ଦାର ତଡବୀ(୨୦), ଅଶୋକ ବାଘ(୪୦), ଦୁର୍ଗାବାଇ ଅଦ୍‌କମୋଲ(୨୦), ଗଣେଶ ମୋରେ(୫), ସାଗର ବାଘ(୩), ଶାରଦା ରମେଶ ମୋରେ(୧୫), ସଂଗୀତା ଅଶୋକ ବାଘ(୩୫), ଯମୁନା ବାଇ ଇଂଗଲେ(୪୫), କମଳାବାଇ ମୋରେ(୪୫),ସବୁନୁର ତଡବୀ(୫୩) ଏବଂ ସନ୍ଦୀପ ଭୋଲେରାଓ(୨୫) ଥିବା ଜଣାଯାଇଛି । ଟ୍ରକ୍‌ ଚାଳକ ବିରୋଧରେ ୩୦୨ ଦଫାରେ ଏକ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.