ନିଜକୁ ବିଜେତା ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ‘ନିର୍ବାଚନରେ ମୁଁ ଅଧିକ ଭୋଟରେ ଜିତିଛି’

ଆମେରିକାର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଡେମୋକ୍ରେଟିକ୍‌ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ବିଜେତା ଘୋଷିତ କରିବା ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ ଶନିବାର ନିଜକୁ ବିଜୟୀ ଘୋଷିତ କରିଛନ୍ତି।

ଟ୍ରମ୍ପ ଟ୍ଵିଟ୍‌ କରି ଲେଖିଛନ୍ତି ‘ଏହି ନିର୍ବାଚନରେ ମୁଁ ଜିତିଛି, ସେ ପୁଣି ବଡ଼ ଅନ୍ତରରେ’। ମାତ୍ର କିଛି ମିଡିଆ ସଂସ୍ଥା ନିଜ ରିପୋର୍ଟରେ କହିଛନ୍ତି ଟ୍ରମ୍ପ ନିର୍ବାଚନ ହାରି ଯାଇଛନ୍ତି ଓ ଆମେରିକାର ୬୪ତମ ରାଷ୍ଟ୍ରପତି ଜୋ ବାଇଡେନ୍‌ ହେବେ। ଟ୍ଵିଟର ତୁରନ୍ତ ଟ୍ରମ୍ପଙ୍କ ଟ୍ଵିଟ୍‌ ସହ ଏକ ମେସେଜ୍‌ ବି ସେୟାର କରିଛି। ମେସେଜ୍‌ରେ ଲେଖାଅଛି ଏହି ଟ୍ଵିଟ୍‌ କରାଯିବା ସମୟରେ ସମ୍ଭବତଃ ଅଧିକାରୀମାନେ ବିଜେତାଙ୍କ ନାମ ଘୋଷଣା କରିନାହାନ୍ତି।

trump

ଚଳିତ ନିର୍ବାଚନରେ ଭୋଟଗଣତିରେ ହେରଫେର ହୋଇଥିବା ନେଇ ଟ୍ରମ୍ପ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଭୋଟ ଗଣତି ହେଉଥିବା କେନ୍ଦ୍ର ଭିତରେ କିଛି ଗଡ଼ବଡ଼ି କରାଯାଇଛି ଓ ପେନ୍‌ସିଲଭାନିଆରେ ଲକ୍ଷାଧିକ ଭୋଟ ଅବୈଧ ଉପାୟରେ ନିଆଯାଇଛି। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବହାରରୁ ଜଣାଯାଉଛି ଯେ ସେ ଏବେ ବି ହାର ମାନିବାକୁ ପ୍ରସ୍ତୁତ ନାହାନ୍ତି। ଟ୍ରମ୍ପ କହିଛନ୍ତି ସେ ସୋମବାର ଦିନ ଆଇନର ସାହାରା ନେବେ। ଯେବେ ଯାଏଁ ଠିକ୍‌ ଭାବେ ଗଣତି ହୋଇନାହିଁ ସେବେ ଯାଏଁ ସେ ଚୁପ୍‌ ବସିବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.