Below header

ପ୍ଲାଷ୍ଟିକ୍‌ ଜରିରେ ବାନ୍ଧି ବ୍ୟକ୍ତିଙ୍କୁ ଚାଲାଣ କଲା ତୁର୍କୀ ଏୟାରଲାଇନ୍ସ, ଦେଖନ୍ତୁ ହୃଦୟଥରା ଭିଡିଓ

ତୁର୍କୀ ଏୟାରଲାଇନ୍ସର ଏକ ହୃଦୟଥରା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ନକଲି ପାସପୋର୍ଟ ରଖିବା ଅଭିଯୋଗରେ ଏୟାରଲାଇନ୍ସ ଷ୍ଟିକରରେ ବାନ୍ଧି କାମେରୁନ୍‌ ପଠାଉଥିବା ଜଣାଯାଉଛି। ଭିଡିଓରେ ବ୍ୟକ୍ତି ଜଣକ ଚିତ୍କାର କରି କହୁଛନ୍ତି ଯେ ଏମାନେ ମୋତେ ମାରିବାକୁ ଚାହୁଁଛନ୍ତି। ଶରୀରରେ ଜରି ବନ୍ଧାଯାଇଥିବାରୁ ମୋତେ ନିଃଶ୍ୱାସ ନେବାରେ କଷ୍ଟ ହେଉଛି ବୋଲି ସେ କହୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଥେରି ଜେଏଫ୍‌ ଥୋନାଟ୍‌ ନାମକ ଜଣେ ବ୍ୟକ୍ତି ଟ୍ଵିଟରରେ ସେୟାର କରିଛନ୍ତି। ବନ୍ଧା ହୋଇଥିବା ବ୍ୟକ୍ତିକ ନାଁ ଇମେନୁଅଲ ଚେଡୋ ବୋଲି କୁହାଯାଉଛି। ୪୭ ବର୍ଷୀୟ ଇମେନୁଅଲ ଇସ୍ତାନ୍‌ବୁଲରୁ ଦୁବାଇ ଯାଉଥିଲେ। ଇସ୍ତାନବୁଲ ଟର୍ମିନାଲରେ ସେ ବୁଲୁଥିବା ବେଳେ ସେଠାକାର ଅଫିସର ତାଙ୍କୁ ଧରି ପାସପୋର୍ଟ ନକଲି ବୋଲି କହିବା ସହ ଅଟକ ରଖିଥିବା ଜଣାଯାଇଛି।

turkey

ଇମେନୁଅଲ କହିଛନ୍ତି ଯେ ଟିକେଟ୍‌ ବିକ୍ରି କରୁଥିବା ଏଜେନ୍ସିଙ୍କ ଠାରୁ ସେ ଟିକେଟ୍‌ କିଣିଥିଲେ। ମାତ୍ର ପୋଲିସ କର୍ମୀ ତାଙ୍କୁ ଉଠାଇ ନେଇ ଏକ ରୁମ୍‌କୁ ନେଇଯାଇଥିଲେ। ସେଠାରେ ଜିନିଷପତ୍ର ପ୍ୟାକିଂରେ ବ୍ୟବହାର କରାଯାଉଥିବା ଜରିରେ ତାଙ୍କୁ ପ୍ୟାକ୍‌ କରିଦେଇଥିଲେ। ସେ ଦୁବାଇ ଯିବାକୁ ବାହାରିଥିବା ବେଳେ ତାଙ୍କୁ କାମେରୁନ୍‌ ପଠାଇଦେଇଥିଲେ। ତାଙ୍କ ସହ ଜଣେ ବନ୍ଧୁ ମଧ୍ୟ ଥିଲେ ଯିଏ ଏହି ଭିଡିଓ ସୁଟିଂ କରିଥିଲେ। ତାଙ୍କୁ ନ୍ୟାୟ ଦେବା ପାଇଁ ଭିଡିଓକୁ ସେ ସେୟାର କରିଥିବା କହିଛନ୍ତି। ତେବେ କୌଣସି ବ୍ୟକ୍ତିଙ୍କୁ ଏଭଳି ପ୍ୟାକ୍‌ କରି ପଠାଇବା ଅତ୍ୟନ୍ତ କ୍ରୁର କାର୍ଯ୍ୟ ବୋଲି ଲୋକମାନେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.