ଏହି ହସ୍ପିଟାଲରେ ପ୍ରତିଦିନ ଜନ୍ମ ହୋଇଥାନ୍ତି ଯାଆଁଳା ଏବଂ ତିନୋଟି ଲେଖାଏଁ ପିଲା, ଜାଣନ୍ତୁ କାରଣ

ପ୍ରତ୍ୟେକ ବିବାହିତ ଦମ୍ପତ୍ତିଙ୍କର ଇଛା ଥାଏ ଯେ ତାଙ୍କ ଘରେ ଏକ ଛୋଟ ଶିଶୁର ଆଗମନ ହେଉ ଏବଂ ତାର ହସ ଆଉ କାନ୍ଦରେ ଘର ପୁରିଉଠୁ। ଯଦି ସେହି ସ୍ଥାନରେ ଯାଆଁଳା ପିଲା ଜନ୍ମ ହୋଇଯାଆନ୍ତି ତାହେଲେ ତ ଘରେ ଖୁସି ଦୁଇଗୁଣା ହୋଇଯାଏ। କାରଣ ଅନେକ ଲୋକ ଚାହିଁଥାନ୍ତି ଯେ ପ୍ରଥମରେ ତାଙ୍କର ଏକ ଯାଆଁଳା ପିଲା ଜନ୍ମ ହେଉ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ହସ୍ପିଟାଲ ବିଷୟରେ କହିବାକୁ ଯାଉଛୁ ଯେଉଁଠି ପ୍ରତିଦିନ ଅନେକ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି। ତାହେଲେ ଆସନ୍ତୁ ଜାଣିବା ସେହି ହସ୍ପିଟାଲ ବିଷୟରେ।

ଏହାସହ ପଢନ୍ତୁ ସିଡିରୁ ଖସି ପଡିଥାନ୍ତା ଶିଶୁ କିନ୍ତୁ ଏପରି ଜୀବନ ବଞ୍ଚାଇଲା ପୋଷା ବିଲେଇ, ଦେଖନ୍ତୁ ଭିଡିଓ

ସୂଚନା ଅନୁଯାୟୀ ପାକିସ୍ତାନର ପେଶାୱାର ହସ୍ପିଟାଲରେ ପ୍ରତିଦିନ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି। ଏପରି ନୁହେଁ ଯେ ଏଠାରେ କେବଳ ଯାଆଁଳା ପିଲା ଜନ୍ମ ହୋଇଥାନ୍ତି କିନ୍ତୁ ଜନ୍ମ ହେଉଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ପିଲା ଯାଆଁଳା ହିଁ ହୋଇଥାନ୍ତି। ଚଳିତ ବର୍ଷ ପାଖାପାଖି ୧୦୦୦ ଯାଆଁଳା ଏବଂ ତିନୋଟି ଲେଖାଏଁ ପିଲା ଜନ୍ମ ହୋଇଛନ୍ତି। ଗତବର୍ଷ ମଧ୍ୟ ଏଠାରେ ୧୧୬୫ ପିଲାଙ୍କର ଜନ୍ମ ହୋଇଥିଲା। ଯେଉଁଥିରେ ୧୫୮ ଟ୍ରିପଲ ଏବଂ ୯୦୦ ଯାଆଁଳା ଥିଲେ। ମେଡିକାଲ ଏକ୍ସପର୍ଟ ମାନଙ୍କ ମତରେ ମଲ୍ଟିପଲ ପିଲା ଜନ୍ମ ହେବା ପଛରେ କାରଣ ହେଉଛି ଅତ୍ୟଧିକ ଫର୍ଟିଲାଇଜିଙ୍ଗ ମେଡ଼ିସିନର ବ୍ୟବହାର ଏବଂ ବିଳମ୍ବ ବିବାହ। ଏହାସହିତ ଏପରି ପିଲା ଜନ୍ମ ହେବା ପଛରେ ଆନୁବଂଶିକ କାରଣ ମଧ୍ୟ ଥାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.