ମୁଣ୍ଡ ନୁଆଁଇଲା ମାଇକ୍ରୋ ବ୍ଲଗିଂ ସାଇଟ ଟ୍ଵିଟର, ଜଣେ ମୁଖ୍ୟ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତି ଦେବାକୁ ରାଜି ହୋଇଛି

କେନ୍ୟୁଜ୍(ବ୍ୟୁରୋ):  ଶେଷରେ ଭାରତ ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇଲା ମାଇକ୍ରୋ ବ୍ଲଗିଂ ସାଇଟ ଟ୍ଵିଟର। କେନ୍ଦ୍ରର ନୂଆ ଆଇଟି ନିୟମ ଲାଗୁହେଲା ପରେ ଜଣେ ମୁଖ୍ୟ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତି ଦେବାକୁ ରାଜି ହୋଇଛି। ନୂଆ ଅଧିକାରୀ ନିଯୁକ୍ତି ପାଇଁ ଦୁଇମାସ ସମୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି। ଏହା ପୂର୍ବରୁ ଉପଭୋକ୍ତାଙ୍କ ଅଭିଯୋଗ ଶୁଣିବାକୁ ଜଣେ ଅନ୍ତରୀଣ ଅଧିକାରୀଙ୍କୁ ଜୁଲାଇ ୬ତାରିଖରେ ନିଯୁକ୍ତ ଦେଇଥିବା ମଧ୍ୟ ସ୍ପଷ୍ଟ କରିଛି।

ତେବେ ଜଣେ ଦକ୍ଷ, ପ୍ରତିବଦ୍ଧ ଓ ବୃତ୍ତିଗତ ଅଧିକାରୀ ନିଯୁକ୍ତି ଦେବାକୁ ଦୁଇମାସ ସମୟ ଆବଶ୍ୟକ ବୋଲି କୋର୍ଟଙ୍କୁ ଜଣାଇଛି ଟ୍ଵିଟର। ସେପଟେ ନୂଆ ଆଇଟି ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଆଇନ ଠାରୁ କେହି ଉର୍ଦ୍ଧ୍ୱରେ ନାହାନ୍ତି। ଦେଶର ଆଇନ ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.