ଚଳନ୍ତା କାର ଛାତରେ ବସି ମଦ ପିଇବା ସହିତ ପୁସ୍ଅପ୍ ମାରିଥିଲେ ଯୁବକ, ପୋଲିସ ଗିରଫ କରି କାଟିଲା ଚାଲାଣ
ଚଳନ୍ତା କାର ଛାତରେ ବସି ମଦ ପିଇବା ଯୁବକଙ୍କୁ ପଡିଲା ମହଙ୍ଗା । ପୋଲିସ ଦୁଇ ଜଣକୁ ଗିରଫ କରିବା ସହିତ ୬୫୦୦ ଟଙ୍କାର ଚାଲାଣ କାଟିଛି ।
ଚଳନ୍ତା କାର ଛାତରେ ମଦ ପିଇବା ଏବଂ ପୁସ୍ଅପ୍ କରି ହରଡଘଣାରେ ପଡିଲେ ଯୁବକ । ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି । ଏହାସହିତ କାର ମାଲିକକୁ ୬୫୦୦ ଟଙ୍କାର ଚାଲାଣ କଟିଛି । ଘଟଣାଟି ଗୁରୁଗ୍ରାମରେ ଘଟିଛି । ଯାହାର ଭିଡିଓ ଭାଇରଲ ହେଉଛି ।
ଖବର ମୁତାବକ, ଗୁରୁଗ୍ରାମର ସାଇବର ହବ ଅଞ୍ଚଳର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜଣେ ଯୁବକ ଚଳନ୍ତା ଅଲ୍ଟୋ କାରର ଝରକା ଖୋଲି କାର ଛାତରେ ବସିଯାଉଛନ୍ତି । ଆଉ ଏଠାରେ ବସି ମଦ ବୋତଲ ଧରି ପିଉଛନ୍ତି । ଏହା ପରେ ସେହି ଚଳନ୍ତା କାର ଉପରେ ପୁସ୍ ଅପ୍ ମଧ୍ୟ ମାରୁଛନ୍ତି । ଏହି ସମୟରେ କାର ଭିତରେ ଅନ୍ୟ ୩ ଜଣ ଯୁବକ କାର ଝରକାରେ ବସି ମଦ ପିଉଛନ୍ତି ।
ଏହାକୁ କାର ପଛରେ ଯାଉଥିବା ଅନ୍ୟ ଏକ କାରରେ ଥିବା ଜଣେ ଯୁବକ ସୁଟ୍ କରି ଭାଇରଲ କରିଛନ୍ତି । ଭିଡିଓ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରି ୨ ଜଣକୁ ଗିରଫ କରିବା ସହିତ କାର ମାଲିକ ନାମରେ ୬୫୦୦ ଟଙ୍କା ଚାଲାଣ କାଟିଛି । ସେହିପରି ପୋଲିସ କାରରେ ଥିବା ଅନ୍ୟ ଲୋକଙ୍କୁ ଖୋଜୁଛି ।
गुरुग्राम में आपका स्वागत है , भारत चुनौतियों से नहीं इन लोगो से परेशान है 😨😰pic.twitter.com/LnHbT4uZJF
— Raja Babu (@GaurangBhardwa1) May 31, 2023
ପୋଲିସ କହିଛି କି, ଅଭିଯୁକ୍ତକୁ ଗୁରୁଗ୍ରାମର ଶଙ୍କର ଛକରୁ ଗଲ୍ଫ କୋର୍ସ ରୋଡ ଆଡକୁ ଦ୍ରୁତଗତିରେ କାର ଚଲାଇ ଆସୁଥିଲେ । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଚନ୍ଦୁ ଏବଂ ସୁରଜ ଡାଗର । ପୋଲିସ ସେମାନଙ୍କ କାରକୁ ଜବତ କରିଛି । ପୋଲିସ ସେମାନଙ୍କୁ ପଚରାଉଚରା କରି ଜାଣିବାକୁ ପାଇଛି କି, ରବିବାର ଦିନ ସେମାନେ ଦାଦା ପୁଅ ଠାରୁ କାର ଉଦ୍ଧାର ନେଇ ଯାଇଥିଲେ । ତା’ ପରେ ଏପରି କାଣ୍ଡ କରିଥିଲେ । ଏହା ସହିତ ପୋଲିସ ଏପରି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନ କରିବା ପାଇଁ ପରାମର୍ଶ ଦେଇଛି ।