Below header

ବୃଦ୍ଧାଙ୍କ ନାଚ ଦେଖି ଉଡିଲା ସମସ୍ତଙ୍କ ହୋସ୍ , ଲୋକେ କହିଲେ ଜୀବନକୁ ଏମିତି ବଞ୍ଚିବା ଉଚିତ୍

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ଏହି ଲୋକମାନେ ଜନସାଧାରଣଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ମତାମତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ସେମାନଙ୍କର ମୂଲ୍ୟବାନ ଜୀବନକାଳକୁ ମନଭରି ଉପଯୋଗ କରନ୍ତି । ଯାହା ଏହି ବୃଦ୍ଧାଙ୍କ ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି ।

କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଆଜିର ଏହି ଘଟଣା। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା । ଏହି ଲୋକମାନେ ଜନସାଧାରଣଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ମତାମତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ସେମାନଙ୍କର ମୂଲ୍ୟବାନ ଜୀବନକାଳକୁ ମନଭରି ଉପଯୋଗ କରନ୍ତି । ଟ୍ରେଣ୍ଡିଂ_ଡାନ୍ସ_ନାମକ ଏକ ଆକାଉଣ୍ଟ୍ ରେ ଏମିତି ଏକ ଭିଡିଓ ସେୟାର କରାଯାଇଛି ଯାହାକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି।

ଭିଡିଓଟିରେ ଜଣେ ବୃଦ୍ଧା ନାଚୁଥିବାର ଦେଖିବାକୁ ମିଳିଛି । ସେଠାରେ ଉପସ୍ଥିତ ଥିବା କିଛି ଦର୍ଶକ ଏହି ନୃତ୍ୟକୁ ସୁଟିଂ କରିଛନ୍ତି। ଆଉ କିଛି ଲୋକ ବି ସେଠାରେ ନାଚୁଥାନ୍ତି । ହେଲେ ବୃଦ୍ଧା ଜଣଙ୍କର ନଜର କାହା ଉପରେ ନଥାଏ। ନିଜ ମନ ଅନୁସାରେ ସେ ସେହି ସମୟକୁ ଉପଭୋଗ କରୁଥାନ୍ତି। ହେଲେ ସେ ସିନା କାହାକୁ ଅନାଉନଥାନ୍ତି ହେଲେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ନଜର କିନ୍ତୁ ଥାଏ ତାଙ୍କ ଉପରେ।

ଖାଲି ସେତିକି ନୁହେଁ ନାଚିବାବେଳେ ବୃଦ୍ଧା ଜଣଙ୍କ ବିଭିନ୍ନ ଅଙ୍ଗଭଙ୍ଗୀ କରୁଥିବାର ବି ଦେଖିବାକୁ ମିଳୁଛି। ସେ ସଲମାନ ଖାନ, ଆମୀର ଖାନ, ରବିନା ଟଣ୍ଡନ ଏବଂ କରିସ୍ମା କପୁରଙ୍କ ଅଭିନୀତ ଆନ୍ଦାଜ ଅପନା ଅପନା ଫିଲ୍ମର ୟେ ରାତ ଅର ୟେ ଦୁରି ଗୀତରେ ନାଚୁଥିଲେ। ଯାହାକୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ । ବୃଦ୍ଧାଙ୍କ ପୋଷାକ ଆଉ ତାଙ୍କ ନାଚ ଦେଖି ସଭିଏଁ ତାଙ୍କୁ ଖୁବ୍ ପସନ୍ଦ କରିବା ସହିତ ଖୁବ୍ ସାରା ଭଲପାଇବା ଦେଇଛନ୍ତି। ତେବେ ଏହି କ୍ଲିପ୍ ଟିକୁ ୧୬,୮୦୦,୦୦୦ ରୁ ଅଧିକ ଭ୍ୟୁ ପାଇସାରିଛି।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବୃଦ୍ଧ ମହିଳାଙ୍କ ଜୀବନକୁ ଭଲପାଉଥିବା ଭଳି ମନୋଭାବକୁ ଖୁବ୍ ପସନ୍ଦ କରିଛନ୍ତି ଏବଂ ଏହି ଭିଡିଓ ଦେଖି ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଅନେକ କହିଛନ୍ତି ଯେ ସମସ୍ତେ ଏହିପରି ଜୀବନଯାପନ କରିବା ଉଚିତ୍। କିଛି ଉପଭୋକ୍ତା ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ମହିଳା ଜଣକ ତାଙ୍କ ସମୟକୁ ଉପଭୋଗ କରୁଥିବାରୁ କେହି କିଛି ନକାରାତ୍ମକ ମନ୍ତବ୍ୟ ଦିଅନ୍ତୁ ନାହିଁ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ସମୟର କୌଣସି ସ୍ଥିରତା ନାହିଁ କେଜାଣି କେବେ ହୋଇଯିବ, ତେଣୁ ଜୀବନକୁ ମନଖୋଲି ବଞ୍ଚିବା ଉଚିତ୍। ସେହିପରି ଆଉ ଜଣେ ଲେଖିଛନ୍ତି “ୱା ଦାଦି ୱା..ସୁପର ଦାଦି”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.