କ୍ୟାନ୍ସର ପୀଡ଼ିତା ପତ୍ନୀଙ୍କୁ ଋଷିକେଶ ବୁଲାଉଛନ୍ତି ନବଜୋତ ସିଂ ସିଦ୍ଧୁ, କହିଲେ, ‘ପତ୍ନୀଙ୍କ ଇଚ୍ଛା ପୂରଣ କରୁଛି’

ଜେଲରୁ ମୁକୁଳିବା ପରଠାରୁ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବର୍ତ୍ତମାନ ପରିବାର ସହିତ ସମୟ ବିତାଉଛନ୍ତି। ମଙ୍ଗଳବାର ସେ ଋଷିକେଶରେ ନିଜ ପତ୍ନୀ, ପୁଅ ଓ ଝିଅଙ୍କ ସହିତ ନଜର ଆସିଥିଲେ।

ଜେଲରୁ ମୁକୁଳିବା ପରଠାରୁ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବର୍ତ୍ତମାନ ପରିବାର ସହିତ ସମୟ ବିତାଉଛନ୍ତି। ମଙ୍ଗଳବାର ସେ ଋଷିକେଶରେ ନିଜ ପତ୍ନୀ, ପୁଅ ଓ ଝିଅଙ୍କ ସହିତ ନଜର ଆସିଥିଲେ। ଏହି ଫଟୋଗୁଡ଼ିକୁ ସେ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି।

ସିଦ୍ଧୁ ଏବଂ ତାଙ୍କ ପରିବାର ଗଙ୍ଗା ଦଶହରା ଅବସରରେ ଋଷିକେଶ ଯାଇଥିଲେ। ସେ ନିଜ ପତ୍ନୀ ନବଜୋତ କୌର ସିଦ୍ଧୁ, ଝିଅ ରାବିୟା ସିଦ୍ଧୁ ଓ ପୁଅ କରଣ ସିଦ୍ଧୁଙ୍କ ସହିତ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ନବଜୋତ ସିଂ ସିଦ୍ଧୁ ଲେଖିଛନ୍ତି ଯେ ‘ମୁଁ ମୋ ପତ୍ନୀଙ୍କ ଇଚ୍ଛା ପୂରଣ କରୁଛି। ଋଷିକେଶରେ ଗଙ୍ଗା ଦଶହରାର ଶୁଭ ଅବସରରେ ଆମେ ପବିତ୍ର ଗଙ୍ଗାରେ ବୁଡ଼ ପକାଇଲୁ’।

ଏକ ଫଟୋରେ ନବଜୋତ ସିଂ ସିଦ୍ଧୁ ତାଙ୍କ ପତ୍ନୀ ଏବଂ ଝିଅ ସହିତ ଗଙ୍ଗାରେ ବୁଡ଼ ପକାଉଥିବା ନଜର ଆସିଛନ୍ତି। ଆଉ ଏକ ଫ୍ୟାମିଲି ଫଟୋରେ ପରିବାର ଏକାଠି ବସି ଭୋଜନ କରୁଥିବାର ଦେଖାଯାଉଛି।

କହି ରଖୁଛୁ, ନିକଟରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀଙ୍କୁ ଷ୍ଟେଜ୍‌ ୨ କ୍ୟାନ୍ସର ହୋଇଥିବା ଜଣାପଡ଼ିଥିଲା। ସେ ଟ୍ୱିଟରରେ ନିଜର ହେଲ୍‌ଥ ଅପଡେଟ୍ ସେୟାର କରିଥିଲେ। ଜେଲ୍‌ରେ ଥିବାବେଳେ ସିଦ୍ଧୁଙ୍କ ପତ୍ନୀ ସିଦ୍ଧୁଙ୍କୁ ଏ ସମ୍ପର୍କରେ ଏକ ଭାବପ୍ରବଣ ଚିଠି ମଧ୍ୟ ଲେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.