ମହିଳା କର୍ମଚାରୀଙ୍କ ଉପରେ ଅଜବ ନିୟମ, ଏକା ସହିତ ହୋଇ ପାରିବେନି ଗର୍ଭବତୀ

ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ଅର୍ଥ ବ୍ୟବସ୍ଥାକୁ ନେଇ ଅନେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ଏହି ଦେଶ ମାନଙ୍କରେ ମହିଳାଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମେଟରନିଟି ଲିଭ୍‌ କୁ ବଢାଇ ଦିଆଯାଇଛି ।

(କେନ୍ୟୁଜ ବ୍ୟୁରୋ): ବିଶ୍ୱରେ ପ୍ରତ୍ୟେକ ଦିନ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି । ଘରୋଇ କର୍ମଶାଳାରେ ବିଭିନ୍ନ ପ୍ରକାର ନିୟମ ଲାଗୁ ହେଉଥିବା ଆପଣମାନେ ଶୁଣିଥିବେ । କମ୍ପାନୀ ନିଜର ଲାଭ ପାଇଁ କର୍ମଚାରୀଙ୍କ ଉପରେ ବିଭିନ୍ନ ନିୟମ ଲାଗୁ କରିଥାନ୍ତି । କିନ୍ତୁ ଆଜି ଆପଣ ଏକ କମ୍ପାନୀ ର ନିୟମ ବିଷୟରେ ଜାଣିବେ ଯାହା ପୂର୍ବରୁ କେବେ ଶୁଣି ନଥିବେ । ଏହି କମ୍ପାନୀ ନିଜ କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିଥିବା ଜଣା ପଡ଼ିଛି । ତେବେ ଚୀନର ଏକ କମ୍ପାନୀ ନିଜ ମହିଳା କର୍ମଚାରୀ କେବେ ଗର୍ଭବତୀ ହେବେ ସେଥିପାଇଁ ଏକ ନିୟମ ଲାଗୁ କରିଛି । ଏହା କରିବା ଦ୍ୱାରା କମ୍ପାନୀ କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ ।

ମହିଳାଙ୍କ ଅଧିକାର ଏବଂ ସେମାନଙ୍କ ଅର୍ଥ ବ୍ୟବସ୍ଥାକୁ ନେଇ ଅନେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ଏହି ଦେଶ ମାନଙ୍କରେ ମହିଳାଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମେଟରନିଟି ଲିଭ୍‌ କୁ ବଢାଇ ଦିଆଯାଇଛି । ଅନ୍ୟପଟେ ଚୀନର କିଛି କମ୍ପାନୀ ମହିଳାଙ୍କ ପ୍ରେଗନାନ୍ସିକୁ ନେଇ ଅନେକ ନିୟମ ଲାଗୁ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ କମ୍ପାନୀରେ କାମ କରୁଥିବା ତିନି ଜଣ ମହିଳା କର୍ମଚାରୀ ଏକା ସହିତ ଗର୍ଭବତୀ ହୋଇଥିଲେ । ଏହା ଏକ ସରକାରୀ ସଂସ୍ଥା ବୋଲି ଜଣା ପଡ଼ିଛି । ଉପରିସ୍ଥ କର୍ମଚାରୀଙ୍କୁ ସମ୍ପୃକ୍ତ ଘଟଣା ବିଷୟରେ ଜଣା ପଡ଼ିବା ପରେ ସେ ତିନି ଜଣ ମହିଳାଙ୍କ ସହ ମିଟିଙ୍ଗ କରିଥିଲେ । ସେ ତିନି ଜଣଙ୍କୁ ଭିନ୍ନ ସମୟରେ ଗର୍ଭବତୀ ହେବା ପାଇଁ କହିଥିଲେ । କାରଣ ତିନି ଜଣ ଏକା ସହିତ ଗର୍ଭବତୀ ହେବା ଦ୍ୱାରା କାର୍ଯ୍ୟରେ ସମସ୍ୟା ଦେଖା ଯାଇଥିଲା । ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.