ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୩୦ ହଜାର ଟଙ୍କା

ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରମାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ତାଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ।

କେନ୍ୟୁଜ୍(ବ୍ୟୁରୋ):  ମେଧାବୀଙ୍କ ପାଦରେ ବେଡ଼ି ପକାଇ ପାରିବନି ଅଭାବ । ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲି । ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରମାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ତାଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଆଗକୁ ପାଠପଢା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ । କରମା ଏବେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢ଼ୁଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପର ହୋଇଥିଲେ ବଣ୍ଡା ଝିଅ କରମା ମୁଦୁଲି ।

୮୨.୬୬ ପ୍ରତିଶତ ନମ୍ବର ରଖି ପାସ କରିଥିଲେ । ଏବେ ଅର୍ଥାଭାବରୁ ମୂଲ ଲଗୁଥିଲେ କରମା । ତାଙ୍କ ବାପା ଜଣେ ଦିନ ମଜୁରିଆ । ଖରାଛୁଟିରେ ଘରକୁ ଫେରିଥିବା ବେଳେ ମାଲକାନଗିରି ସହରକୁ ଆସି ମୂଲ ଲାଗୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ସାହାଯ୍ୟ ଯୋଗାଇଛନ୍ତି ଫାଇଭ ଟି ସଚିବ । କରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍‌ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.