Below header

ନୃଶଂସ ଭାଇ, ହାତୁଡି ଓ ହେଲମେଟରେ ମରଣାନ୍ତକ ଆକ୍ରମଣ କରି ଭଉଣୀକୁ କଲେ ଦରମରା

ସୀମା ଟପିଗଲା ବର୍ବରତା। ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ପୂରା ନୃଶଂସ ଭଳି ମରିବା ପର୍ଯ୍ୟନ୍ତ ପିଟି ଚାଲିଲା ଭାଇ। ଉଭଣୀକୁ ବାଡେଇ ବାଡେଇ ଲହୁ ଲୁହାଣ କରିଦେଲେ ୨ ଭାଇ । କାହିଁକି ଜାଣିଛନ୍ତି? ବାପାର ସମ୍ପତ୍ତିରେ ଭଉଣୀ ଭାଗ ମାଗିଥିଲା ବୋଲି। ବାସ୍‌ ଏତିକି କାରଣରୁ ଦୁଇ ଭାଇ ଭଉଣୀକୁ ଏପରି ପିଟିବାରେ ଲାଗିଛନ୍ତି । ଏପରକି ହାତରେ ହାତୁଡି ଓ ହେଲମେଟ ଧରି ଭଉଣୀକୁ ଗଡାଇ ତଡାଇ ପିଟି ଚାଲିଛନ୍ତି । ହେଲମେଟରେ ଭଉଣୀର ମୁଣ୍ଡକୁ ବାରମ୍ବାର ମାରିଚାଲିଛି ଭାଇ। ପାକିସ୍ତାନର ପେଶାଓ୍ୱାରରେ ଘଟିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଦୁଇ ଭାଇଙ୍କୁ ଗରିଫ କରିଛି ପୋଲିସ ।

ସୂଚନା ମୁତାବକ ଅବଦୁଲ ହନ୍ନାନ ନାମକ ଜଣେ ବ୍ୟକ୍ତିଙ୍କ ୨ ପୁଅ ନିଜ ଭଉଣୀକୁ ପିଟୁଥିବା ଦେଖିବାକୁ ମିଳୁଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଭଉଣୀ ଯେମିତି ହିଁ ଘରର କବାଟ ଖୋଲିଛି ହଠାତ୍ ୨ ଭାଇ ପଶି ଉଭଣୀକୁ ଆକ୍ରମଣ କରିଥିଲେ । ଜଣେ ଭାଇ ହାତୁଡିରେ ବାରମ୍ୱାର ପିଟିବାକୁ ଲାଗିଥିଲେ ।

ଏତିକି ବେଳେ ମହିଳା ଜଣଙ୍କ ତଳେ ପଡିଯାଉଛନ୍ତି । ପାଖରେ ଛିଡା ହୋଇଥିବା ଜଣେ ବୃଦ୍ଧା ମହିଳା ପୀଡିତାଙ୍କୁ ବଞ୍ଚାଇବାକୁ ଚିତ୍କାର କରୁଛନ୍ତି। ତେବେ ଭାଇମାନେ ବୃଦ୍ଧାଙ୍କୁ ମଧ୍ୟ ଛାଡିନାହାଁନ୍ତି । ଏପରିକି ବଡ ପାଟିରେ ବୃଦ୍ଧାଙ୍କୁ ପାଟି ବି କରୁଛନ୍ତି । କେବଳ ସେତିକି ନୁହେଁ ତଳେ ପକାଇ ଗଡାଇ ଗଡାଇ ଭଉଣୀଙ୍କୁ ହାତୁଡିରେ ପିଟିଚାଲିଛନ୍ତି ନୃଶଂସ ଭାଇ।

ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ତେବେ ଅଭିଯୁକ୍ତମାନେ ସେମାନେ କହିଛନ୍ତି ଯେ, ସମ୍ପତ୍ତିରେ ଭାଗ ମାଗିବାରୁ ଏପରି ହୋଇଛି । ପୋଲିସ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.