ଭୁବନେଶ୍ବର: ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ । ଦାୟିତ୍ବ ନେବା ପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଅନେକ ବିକାଶ ମୂଳକ ଓ ନବୀ କରଣ କାମ ବାକି ରହିଛି, ଏହାକୁ ତ୍ବରାନ୍ବିତ କରାଯିବ ।

ଅନେକ ପ୍ରୋଜକ୍ଟ ସହ ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି କରାଯିବା ପାଇଁ ଆଲୋଚନା ଚାଲିଛି । କରୋନା ପାଇଁ ଏ ସବୁ ଅଟକି ରହିଛି । ପୁରୀରେ ହେବାକୁ ଥିବା ନୂତନ ବିମାନ ବନ୍ଦର ବାବଦରେ କହିଲେ ରାଜ୍ୟରେ ଯେତେ ଅଧିକ ବିମାନ ବନ୍ଦର ହେବ ଅର୍ଥନୀତି ଓ ପର୍ଯ୍ୟଟନର ବିକାଶ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.