ଯୁବତୀଙ୍କ ପ୍ରାଇଭେଟ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଜେଲ ଗଲେ ଦୁଇ ଯୁବକ

ସୋସିଆଲ ମିଡିଆରେ ୧୯ ବର୍ଷୀୟା ବାଳିକାଙ୍କ ଅଶ୍ଳୀଳ ଫଟୋ ଅପଲୋଡ୍ କରିବାକୁ ଧମକ ଦେଇ ଦୁଇ ଜଣଙ୍କୁ ଗିରଫ କରିଛି । ନିକଟରେ ଏହି ଘଟଣା ଦିଲ୍ଲୀରେ ଘଟିଛି । ଉତ୍ତର ପ୍ରଦେଶର ଡିସିପି ମନୋଜ ମୀନା କହିଛନ୍ତି, ଏହି ଦୁଇ ବାଳକ ହେଉଛନ୍ତି ଅଂଶ ଶର୍ମା (୧୯) ଓ ଗୋବିନ୍ଦ ଶର୍ମା (୨୦) ।

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୧୯ ବର୍ଷୀୟା ବାଳିକାଙ୍କ ଅଶ୍ଳୀଳ ଫଟୋ ଅପଲୋଡ୍ କରିବାକୁ ଧମକ ଦେଇ ଦୁଇ ଜଣଙ୍କୁ ଗିରଫ କରିଛି । ନିକଟରେ ଏହି ଘଟଣା ଦିଲ୍ଲୀରେ ଘଟିଛି । ଉତ୍ତର ପ୍ରଦେଶର ଡିସିପି ମନୋଜ ମୀନା କହିଛନ୍ତି, ଏହି ଦୁଇ ବାଳକ ହେଉଛନ୍ତି ଅଂଶ ଶର୍ମା (୧୯) ଓ ଗୋବିନ୍ଦ ଶର୍ମା (୨୦) । ଅଂଶ ଶର୍ମା ନିକଟରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବାବେଳେ ଗୋବିନ୍ଦ ଶର୍ମା ଏକ ଫର୍ନିଚର ଦୋକାନରେ କାମ କରୁଛନ୍ତି । ଏହି ମାମଲାରେ ଦୁଇଟି ସିମ୍ କାର୍ଡ ସହିତ ଦୁଇଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି ।” ପଚରାଉଚରା ବେଳେ ଅଂଶ ପୋଲିସକୁ କହିଥିଲେ ଯେ ସେ ପୀଡିତାଙ୍କ ସହ ଷଷ୍ଠ ଶ୍ରେଣୀରୁ ବନ୍ଧୁ ଥିଲେ ।

୨୦୨୦ ରେ, ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ନିୟମିତ ଭାବେ ଯୋଗାଯୋଗ ଆରମ୍ଭ କରିଥିଲେ ଏବଂ ପ୍ରେମରେ ପଡ଼ିଯାଇଥିଲେ । ଏହି ଅବଧି ମଧ୍ୟରେ, ଉଭୟ ପରସ୍ପର ସହିତ ନିଜର ଇନଷ୍ଟାଗ୍ରାମ ପାସୱାର୍ଡ ସେୟାର କରିଥିଲେ, କିନ୍ତୁ ଖୁବ ଶୀଘ୍ର ସେମାନଙ୍କର ବ୍ରେକଅପ ମଧ୍ୟ ହୋଇଯାଇଥିଲା । ବ୍ରେକଅପ୍ ପରେ ଅଂଶ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ଆକାଉଣ୍ଟ ଲଗ ଇନ କରିଥିଲେ ଏବଂ ଦେଖିଥିଲେ ଯେ ଝିଅଟି ନିଜର କିଛି ପ୍ରାଇଭେଟ ଫଟୋ ଅନ୍ୟ ଜଣେ ବାଳକ ସହ ସେୟାର କରିଛନ୍ତି । ପୋଲିସ କହିଛି ଯେ ଏଥିରେ ଇର୍ଷାପରାୟଣ ହୋଇ ଅଂଶ ଝିଅଟିର ଏହି ପ୍ରାଇଭେଟ ଫଟୋ ଡାଉନଲୋଡ଼ କରି ଗୋବିନ୍ଦଙ୍କୁ ସେୟାର କରିଥିଲେ ।

ଏହାପରେ ସେ ଏକ ଫେକ ସୋସିଆଲ ମିଡିଆ ଆକାଉଣ୍ଟ କରି ଝିଅଟିକୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ, ଏବଂ ପ୍ରାଇଭେଟ ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ଧମକ ଦେଇ ଏହି ଫଟୋ ଝିଅଟିର ପିତାଙ୍କ ନିକଟକୁ ପଠାଇଥିଲେ । ପୀଡିତା ଜଣକ ଅନ୍ୟ ପୁଅ ସହିତ ବ୍ୟକ୍ତିଗତ ଭାବେ ଚାଟ୍ କରୁଥିବାରୁ ସେ କ୍ରୋଧିତ ହୋଇଥିଲେ ବୋଲି ଅଂଶ ପ୍ରକାଶ କରିଛନ୍ତି । ଡିସିପି ମନୋଜ ମୀନା କହିଛନ୍ତି ଯେ ସେ ଏହା ମଧ୍ୟରେ ଏକ ଜିମ ଜଏନ କରିଥିଲେ ତେଣୁ ପ୍ରୋଟିନ୍ ପାଉଡର ଓ ବଡି ବିଲ୍ଡିଂ ପାଇଁ ଅନ୍ୟାନ୍ୟ ସପ୍ଲିମେଣ୍ଟ କିଣିବା ପାଇଁ ଟଙ୍କାର ଆବଶ୍ୟକତା ଥିଲା । “ହତାଶ ହୋଇ ସେମାନେ ଝିଅର ବାପାଙ୍କୁ ଧମକ ଦେଇଥିଲେ ଯେ ସେମାନେ ତାଙ୍କ ଝିଅର ଫଟୋ ଲିକ୍ କରିଦେବେ ।

ପୀଡ଼ିତାଙ୍କ ପ୍ରାଇଭେଟ ଫଟୋ ଅଂଶଙ୍କ ମୋବାଇଲ୍ ଫୋନ୍ ଗ୍ୟାଲେରୀର ଏକ ହିଡେନ ଫୋଲ୍ଡରରେ ଦେଖିବାକୁ ମିଳିଥିଲା ​​ଏବଂ ବ୍ଲାକମେଲିଂ ପାଇଁ ବ୍ୟବହୃତ ଇନଷ୍ଟାଗ୍ରାମ ଆଇଡି ମଧ୍ୟ ମିଳିଥିଲା ​​। ଗୋବିନ୍ଦଙ୍କ ମୋବାଇଲ୍ ଫୋନରେ ଏହି ଇନଷ୍ଟାଗ୍ରାମ ଆପ୍ ଇନଷ୍ଟଲ୍ ହୋଇଛି ବୋଲି ମୀନା କହିଛନ୍ତି । ପୋଲିସର ସୂଚନାନୁସାରେ, ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ପୀଡିତା ଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଆକାଉଣ୍ଟରେ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିବାର ଅଭିଯୋଗ ଆଣିଥିଲେ ଏବଂ ଯଦି ଅଭିଯୁକ୍ତଙ୍କୁ ଟଙ୍କା ନ ଦିଆଯାଏ ତେବେ ତାଙ୍କ ପ୍ରାଇଭେଟ ଫଟୋ ସେୟାର କରିବାକୁ ଧମକ ଦେଉଥିଲେ ବୋଲି ପୀଡିତା ଜଣକ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.