Below header

ବ୍ରିଟେନ୍‌ରେ ଦୈନିକ ସଂକ୍ରମଣରେ ରେକର୍ଡ ! ଗତ ୨୪ ଘଣ୍ଟାରେ ୭୮ ହଜାର ୬୧୦ ନୂଆ ମାମଲା

ବ୍ରିଟେନ୍‌: ବ୍ରିଟେନ୍‌ରେ ମହାମାରୀର ଭୟଙ୍କର ରୂପ । ଦୈନିକ ସଂକ୍ରମଣରେ ରେକର୍ଡ । ବୁଧବାର ଆସିଛି ୭୮ ହଜାର ୬୧୦ ନୂଆ ମାମଲା । ମହାମାରୀ ଆରମ୍ଭ ଦିନରୁ ବ୍ରିଟେନ୍‌ରେ ଏତେ ସଂଖ୍ୟାରେ ଦୈନିକ ସଂକ୍ରମଣ କେବେ ହୋଇ ନଥିଲା । ଏହା ପୂର୍ବରୁ ଗତ ଜାନୁଆରୀ ୮ରେ ସର୍ବାଧିକ ୬୮ ହଜାର ୫୩ ନୂଆ ମାମଲା ଆସିଥିଲା ।

ଗତ ୨୪ ଘଣ୍ଟାରେ ପୁରୁଣା ରେକର୍ଡ ଭାଙ୍ଗିଛି ମହାମାରୀ । ଏବେ ବ୍ରିଟେନ୍‌ରେ ଡେଲ୍‌ଟା ସହ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି । ଆଗକୁ ବ୍ରିଟେନ୍‌ରେ ଦୈନିକ ସଂକ୍ରକଣ ଆହୁରି ବଢ଼ିବ ବୋଲି ବ୍ରିଟେନ୍‌ ସ୍ୱାସ୍ଥ୍ୟ ବିଭାଗ ଆଶଂକା କରିଛି । ଓମିକ୍ରନ୍‌ ବ୍ୟାପୁଥିବାରୁ ଦେଶରେ କରୋନାର ବଡ଼ ଲହର ଆସିବ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ । ବ୍ରିଟେନ୍‌ରେ ମୋଟ ସଂକ୍ରମଣ କୋଟିଏ ୧୦ ଲକ୍ଷ ଟପିଗଲାଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.