ତୁର୍କୀ ଶିଖର ସମ୍ମିଳନୀରେ ୟୁକ୍ରେନ ସାଂସଦ ରୁଷୀୟ ପ୍ରତିନିଧିଙ୍କୁ ମାରିଲେ ମାଡ଼, ଭିଡଓ ଭାଇରାଲ

ଗତ ୧୫ ମାସ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁକ୍ରେନ ସାଂସଦ ଆଲେକଜାଣ୍ଡର ମାରିକୋବସ୍କୀ ଜଣେ ରୁଷୀୟ ପ୍ରତିନିଧିଙ୍କୁ ମୁଥ ମାରୁଥିବା ଦେଖାଯାଇଛନ୍ତି । ଏହି ଭିଡିଓ ତୁର୍କୀର ରାଜଧାନୀ ଅଙ୍କାରାରେ ଗୁରୁବାର ଆୟୋଜିତ ଏକ ସମ୍ମିଳନୀରେ ଘଟିଥିବା କୁହାଯାଉଛି ।

ନୁଆଦିଲ୍ଲୀ : ଗତ ୧୫ ମାସ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସମୟରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୟୁକ୍ରେନ ସାଂସଦ ଆଲେକଜାଣ୍ଡର ମାରିକୋବସ୍କୀ ଜଣେ ରୁଷୀୟ ପ୍ରତିନିଧିଙ୍କୁ ମୁଥ ମାରୁଥିବା ଦେଖାଯାଇଛନ୍ତି । ଏହି ଭିଡିଓ ତୁର୍କୀର ରାଜଧାନୀ ଅଙ୍କାରାରେ ଗୁରୁବାର ଆୟୋଜିତ ଏକ ସମ୍ମିଳନୀରେ ଘଟିଥିବା କୁହାଯାଉଛି ।

ତୁର୍କୀର ସରକାରୀ ନ୍ୟୁଜ ଏଜେନ୍ସୀ ଅନୁସାରେ ଘଟଣାଟି ‘ପାର୍ଲାମେଣ୍ଟାରୀ ଆସେମ୍ବ୍ଲି ଅଫ୍‌ ଦି ବ୍ଲାକ ସି ଇକୋନୋମିକ କୋଅପରେସନ (ପିଏବିଏସଇସି)ର ୬୧ ତମ ସାଧାରଣ ସଭାରେ ଘଟିଥିଲା । ଆର୍ଥିକ, ପ୍ରଯୁକ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ବହୁ ପାକ୍ଷୀକ ଓ ଦ୍ୱିପାକ୍ଷିକ ସମ୍ପର୍କ ଉନ୍ନତି ଉପାୟ ବିଷୟରେ ଆଲୋଚନା କରିବା ଲାଗି କୃଷ୍ଣ ସାଗର ଅଞ୍ଚଳ ଦେଶସମୂହର ପ୍ରତିନିଧିମାନେ ସମବେତ ହୋଇଥିଲେ।

ଭିଡ଼ିଓରେ ଦେଖାଯାଇଛି, ରୁଷୀୟ ପ୍ରତିନିଧି ଭାଲେରି ସ୍ତାଭିତ୍ସ୍କି ୟୁକ୍ରେନୀୟ ସାଂସଦ ମାରିକୋଭ୍ସ୍କିୟିଙ୍କ ପାଖରେ ପହଞ୍ଚି ସେ ଧରିଥିବା ୟୁକ୍ରେନ୍ର ଜାତୀୟ ପତାକାଟିକୁ ଛଡ଼ାଇ ନେଉଛନ୍ତି। ପତାକାଟିକୁ ଫେରାଇ ଆଣିବାକୁ ଉତ୍କ୍ଷିପ୍ତ ସାଂସଦ ମାରିକୋଭ୍ସ୍କିୟି ରୁଷୀୟ ପ୍ରତିନିଧିଙ୍କୁ ଧକ୍କା ମାରିବା ସହିତ ତାଙ୍କ ମୁହଁରେ ମୁଥ ମାରୁଛନ୍ତି।

ବକିଲ ଇବ୍ରାହିମ ଜେଦାନ ଭାଇରାଲ ଭିଡ଼ିଓକୁ ଟ୍ଵିଟ କରି ଲେଖିଛନ୍ତି,’’ ସେ (ରୁଷ ପ୍ରତିନିଧି) ବାସ୍ତବରେ ସେହି ମୁଥର ହକଦାର ଥିଲେ । ରୁଷ ପ୍ରତିନିଧି ଅଙ୍କାରାରେ ଆୟୋଜିତ ସମ୍ମିଳନୀରେ ୟୁକ୍ରେନ ସାଂସଦଙ୍କ ଠାରୁ ଜବରଦସ୍ତ ପତାକା ଛଡାଇଥିଲେ । ଏହି ଭାଇରାଲ ଭିଡିଓକୁ ୫୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.