ଏଲନ୍ ମସ୍କଙ୍କ ସହ କଥା ହେଲେ ରାଷ୍ଟ୍ରପତି ଜେଲେନସ୍କି, କହିଲେ ହେବ ନାହିଁ ଇଣ୍ଟରନେଟ୍ ସମସ୍ୟା; ଷ୍ଟାରଲିଙ୍କ ସାଟେଲାଇଟ ସିଷ୍ଟମ ଦେବାକୁ କଲେ ଘୋଷଣା

ନୂଆଦିଲ୍ଲୀ : ପୁଣି ବିପଦ ସମୟରେ ୟୁକ୍ରେନକୁ ସହାୟତାର ହାତ ବଢାଇଛନ୍ତି ଏଲନ ମସ୍କ। ୟୁକ୍ରେନରେ ଲଗାତର ଇଣ୍ଟରନେଟ ସେବା ଜାରି ରଖିବାକୁ ସ୍ପେସ ଏକ୍ସ ସିଇଓ ଏଲନ ମସ୍କ ସାହାଯ୍ୟ କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏଲନ ମସ୍କଙ୍କ ସହ କଥା ହୋଇଛନ୍ତି। ଆଗାମୀ ସପ୍ତାହରେ ଷ୍ଟାରଲିଙ୍କ ସାଟେଲାଇଟ ସିଷ୍ଟମ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏଲନ ମସ୍କ। ଋଷ ଆକ୍ରମଣରେ ୟୁକ୍ରେନର ବହୁ ସହରରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଥିଲା।
Talked to @elonmusk. I’m grateful to him for supporting Ukraine with words and deeds. Next week we will receive another batch of Starlink systems for destroyed cities. Discussed possible space projects 🚀. But I’ll talk about this after the war.
— Володимир Зеленський (@ZelenskyyUa) March 5, 2022
ଅନ୍ୟପଟେ ଜେଲେନସ୍କି ଟୁଇଟ୍ କରି ଲେଖିଛନ୍ତି ଯେ, “ଏଲନ୍ ମସ୍କଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନକୁ ସମର୍ଥନ କରୁଥିବାରୁ ମୁଁ ଧନ୍ୟ ମନେ କରୁଛି” । ଗୁରୁବାର ଦିନ ଏଲନ୍ ମସ୍କ କହିଥିଲେ ଯେ, ଷ୍ଟାରଲିଙ୍କ୍ ହେଉଛି ଏକ ମାତ୍ର ଅଣ-ରୁଷୀୟ କମ୍ୟୁନିକେସନ୍ ସିଷ୍ଟମ୍ । ଯାହା ଯୁଦ୍ଧକାଳୀନ ପରିସ୍ଥିତିରେ ବି ୟୁକ୍ରେନର କିଛି ସ୍ଥାନରେ କାମ କରୁଛି । ଭ୍ଲାଦିମୀର ଜେଲେନସ୍କି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ନଷ୍ଟ ହୋଇଯାଇଥିବା ସହର ପାଇଁ ଆମକୁ ଷ୍ଟାରଲିଙ୍କ୍ ସିଷ୍ଟମ୍ ର ଆଉ ଏକ ବ୍ୟାଚ୍ ମିଳିବ । ଏହା ସହିତ ଦୁହିଁଙ୍କ ମଧ୍ୟରେ ସ୍ପେସ୍ ପ୍ରୋଜେକ୍ଟକୁ ନେଇ ଆଲୋଚନା ହୋଇଥିଲା ।
ସୂଚନାଯୋଗ୍ୟ, ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଲଗାତର ଭ୍ରାବରେ ୟୁକ୍ରେନର ସହାୟତା କରିଆସୁଛନ୍ତି । ୟୁକ୍ରେନର ବିଭିନ୍ନ ସହରରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ସାହାଯ୍ୟ କରୁଛନ୍ତି ।