ଅଶ୍ୱିନ୍ ଓ ଜାଡେଜାଙ୍କ ଯାଦୁରେ ଶ୍ରୀଲଙ୍କା ଚିତ୍ପଟାଙ୍ଗ, ଭାରତର ଇନିଂସ୍ ବିଜୟ

ମୋହାଲି : କୌଣସି କ୍ଷେତ୍ରରେ ଭାରତ ସହ ସମକକ୍ଷ ହେଲା ନାହିଁ ଶ୍ରୀଲଙ୍କା ଦଳ ଆଉ ପାଞ୍ଚ ଦିନିଆ ଟେଷ୍ଟକୁ ଅଢ଼େଇ ଦିନ ଭିତରେ ହାରିଗଲା । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ୍ ଓ ୨୨୨ ରନ୍ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ଭାବେ ନିଜର ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ବିରାଟ ସଫଳତା ହାସଲ କରିଛନ୍ତି ।
ପ୍ରଥମ ଇନିଂସ୍ରେ ଭାରତ ୮ ଓ୍ଵିକେଟ୍ରେ ୫୭୪ ରନ୍ କରି ଇନିଂସ୍ ଘୋଷଣା କରିଥିଲା । ପରେ ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୧୭୪ ରନ୍ କରି ଆଉଟ୍ ହେବା ପରେ ଫଲୋଅନ୍ ଖାଇଥିଲା । ପୁଣି ଦ୍ୱିତୀୟ ଇନିଂସ୍ ଖେଳି ୬୦ ଓଭର୍ରେ ୧୭୮ ରନ୍ ହିଁ କରି ପାରିଥିଲା । ଭାରତ ପକ୍ଷରୁ ଦୁଇ ସ୍ପିନର ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ୪ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି । ମହମ୍ମଦ ସାମିଙ୍କୁ ୨ଟି ଓ୍ଵିକେଟ୍ ମିଳିଛି । ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମ ଟେଷ୍ଟ ଜିତି ଭାରତ ଏହି ଦୁଇଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।
𝗪𝗛𝗔𝗧. 𝗔. 𝗪𝗜𝗡! 👏 👏@ImRo45 begins his Test captaincy stint with a win as #TeamIndia beat Sri Lanka by an innings & 2⃣2⃣2⃣ runs in the first @Paytm #INDvSL Test in Mohali. 👌 👌
Scorecard ▶️ https://t.co/XaUgOQVg3O pic.twitter.com/P8HkQSgym3
— BCCI (@BCCI) March 6, 2022