Below header

ନୀଳ ରଙ୍ଗର ଶାଢୀରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ରଶ୍ମିକା, ଦାମ ଜାଣିଲେ ଆପଣଙ୍କ ଆଖି ଖୋଲା ରହିଯିବ

ଅଭିନେତ୍ରୀ ରଶ୍ମିକା ମାନ୍ଧାନା ନିଜ ସୌନ୍ଦର୍ଯ୍ୟ ପାଇଁ ଖୁବ ପ୍ରଶଂସା ସାଉଁଟନ୍ତି । ରଶ୍ମିକାଙ୍କ ପ୍ରତିଟି ଲୁକ ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ଭାଇରଲ ହୋଇଥାଏ । ତାଙ୍କର ଏମିତି ବି କିଛି ଫ୍ୟାନ୍ସ ଅଛନ୍ତି ଯେଉଁମାନେ ରଶ୍ମିକାଙ୍କ ଲୁକସ ବାବଦରେ ଡ଼ିଟେଲରେ ଜାଣିବାକୁ ଖୁବ ଉତ୍ସୁକତାର ସହିତ ଚେଷ୍ଟା କରନ୍ତି । ଏଇ ନିକଟରେ ରଶ୍ମିକା ନିଜର କିଛି ଫଟୋ ଗୁଡିକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଦେଖିପାରିବେ ରଶ୍ମିକା କେମିତି ଏକ ନୀଳ ରଙ୍ଗର ଶାଢ଼ୀ ଟିଏ ପିନ୍ଧିଛନ୍ତି । ଆଉ ଏହି ଶାଢୀରେ ବି ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଏହାକୁ ସେୟାର କରି ରଶ୍ମିକା କ୍ୟାପ୍ସନରେ ଲେଖିଛନ୍ତିକି, “କୋଡଵା ଶାଡି ପାଇଁ ଖୁବ ଧନ୍ୟବାଦ” ।

କହିରଖୁଛୁକି ରଶ୍ମିକାଙ୍କୁ ଶାଢ଼ୀ ଖୁବ ପସନ୍ଦ । ଆଉ ପ୍ରାୟ ପ୍ରତ୍ୟକ ପ୍ରକାରର ଶାଡି ସେ କଲେକଟ କରି ରଖନ୍ତି । କୋଡବା ଜର୍ଜେଟ ଶାଢୀରେ ସେ ଖୁବ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛନ୍ତି । ଏହି ନୀଳ ରଙ୍ଗର ଶାଢୀରେ ଫୁଲର ଡିଜାଇନ ଗୁଡିକ ବି ଖୁବ ସୁନ୍ଦର ଦେଖାଯାଉଛି । ଶାଢୀ ଟିକୁ ବି ରଶ୍ମିକା ଖୁବ ଆକର୍ଷଣୀୟ ଅନ୍ଦାଜରେ ପିନ୍ଧିଛନ୍ତି ବି । ଆଉ ଏହି ଶାଢ଼ୀ ସହ ସେ ଏକ ସ୍ଲୀଭଲେସ ବ୍ଲାଉଜ ପିଂନ୍ଧିଛନ୍ତି । ଆଉ ତାଙ୍କ କାନିକୁ ଉପର ପଟରେ ନିଆନଯାଇ ତଳ ପଟରେ ନିଆଯାଇଛି । ଆଉ ଅନ୍ୟ ହାତରେ ଡ଼ିଜାଇନ କରି ରଖାଯାଇଛି । ରଶ୍ମିକାଙ୍କ ଏହି ଷ୍ଟାଇଲକୁ ଇନ୍ଷ୍ଟଗ୍ରାମରେ ସେୟାର କରାଯାଇଥିବା ବେଳେ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରିଛନ୍ତି । ଆଉ ଏହି ସମୟରେ ଖୁବ ଲାଇଟ ମେକଅପ ନେଇଛନ୍ତି ରଶ୍ମିକା । ଏଥିରେ ଏକ ବଡ ଆକାରର ଝୁମକା ପିନ୍ଧିବା ସହିତ ଗୋଟେ ରିଙ୍ଗ ବି ପିନ୍ଧିଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ମୁହଁର ହସ ଟିକକ ଯେମିତି ସମସ୍ତଙ୍କ ହୃଦୟକୁ ଜୟ କରିପାରିଛି ।

ରଶ୍ମିକାଙ୍କ ଏହି ଶାଢ଼ୀଟି ଦେଖିବାକୁ ଯେତିକି ସୁନ୍ଦର ସେତିକି ଦାମୀ ବି । ଏହାକୁ ଫେସନ ଡିଜାଇନର ନିକିତା ଗୁଜରାଲ ଡିଜାଇନ କରିଛନ୍ତି । ଏହାର ଦାମ ପାଖାପାଖି ୭୭ ହଜାର ୫୦୦ ଟଙ୍କା ଥିବା ଜଣାଯାଇଛି । ଆଉ ଏହି ଶାଢୀରେ ଖୁବ ସୁନ୍ଦର ଦେଖାଯାଉଛନ୍ତି ରଶ୍ମିକା । କାମ ଦୃଷ୍ଟିରୁ ଦେଖିଲେ ସେ ଶେଷ ଥର ପାଇଁ “ପୁଷ୍ପା: ଦ ରାଇଜ” ରେ ନଜର ଆସିଥିଲେ । ଫିଲ୍ମ ଟି ସୁପରହିଟ ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.