ରୁଷକୁ ଘେରିବାକୁ ନୂଆ ଯୋଜନା ! ଆମେରିକା ଗସ୍ତ କରିବେ ଜେଲେନସ୍କି

ରୁଷକୁ ଘେରିବାକୁ ନୂଆ ଯୋଜନା ! ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅତିଥି ହେବେ ୟୁକ୍ରେନ ରାଷ୍ଟ୍ରପତି । ରୁଷ ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୬୦୦ ଦିନ ପୂରିବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜେଲେନସ୍କି ।

ରୁଷକୁ ଘେରିବାକୁ ନୂଆ ଯୋଜନା ! ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅତିଥି ହେବେ ୟୁକ୍ରେନ ରାଷ୍ଟ୍ରପତି । ରୁଷ ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୬୦୦ ଦିନ ପୂରିବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜେଲେନସ୍କି । ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ରୁଷକୁ ମୁହଁତୋଡ୍ ଜ ବାବ ଦେବାକୁ ଆମେରିକାରେ ପ୍ରସ୍ତୁତ ହୋଇପାରେ ନୂଆ ରଣନୀତି । ଏଥିସହିତ ୟୁକ୍ରେନକୁ ଆହୁରି ସାମରିକ ସହାୟତା ନେଇ ଘୋଷଣା କରିପାରନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ୟୁକ୍ରେନକୁ ୨୪ ଆରବ ଡଲାରର ସହାୟତା ରାଶି ପ୍ରଦାନ କରିବାକୁ ବିଚାର କରୁଛି ବାଇଡେନ୍ ପ୍ରଶାସନ ।

ଯାହା ଭିତରୁ ୧୩.୧ ଆରବ ଡଲାର ସାମରିକ ସହାୟତା ଓ ୮.୫ ଆରବ ଡଲାର ମାନବୀୟ ସହାୟତା ପ୍ରଦାନ କରାଯିବ । ଏହି ଅବସରରେ ଜେଲେନସ୍କି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବା ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.