ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଉ ଖୋଲିବନି ହୀରାକୁଦ ଜଳଭଣ୍ଡାର ଗେଟ୍

୨୬ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ପ୍ରବାହିତ ହେଉଥିଲେ ସୁଦ୍ଧା ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। କେବଳ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି।

କେନ୍ୟୁଜ୍(ବ୍ୟୁରୋ):  ଆଉ ଖୋଲିବନି ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଉ ଗେଟ୍ ଖୋଲାଯିବନି । ଏବେ ୨୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପଟୁ ୧୬ ଏବଂ ଦକ୍ଷିଣ ପଟୁ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ରରହିଛି ୬୨୭.୯୫ ଫୁଟ୍ । ଏବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୪୦ ହଜାର ୨ କ୍ୟୁସେକ୍ ବନ୍ୟା ପାଣି ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୪ ଲକ୍ଷ ୫୫ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ୨୬ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ପ୍ରବାହିତ ହେଉଥିଲେ ସୁଦ୍ଧା ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

କେବଳ କିଛି ତଳିଆ ଅଞ୍ଚଳରେ ପାଣି ପଶିଛି। ମୁଣ୍ଡଳୀ ଠାରେ ୭ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଉ ଦୁଇତିନି ଦିନ ଯାଏ ଏହିଭଳି ଜଳ ନିଷ୍କାସନ ଜାରି ରହିବ। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ସ୍ଥିତି ଉପରେ ନଜର ରଖାଯାଇଛି। ବଲାଙ୍ଗୀର,କଳାହାଣ୍ଡି, ବୌଦ୍ଧ ଓ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳ ଭଣ୍ଡାରରୁ ଜଳ ପ୍ରବେଶ ବୃଦ୍ଧି ପାଇଥିବା ସେ କହିଛନ୍ତି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.