ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନଙ୍କୁ ଏନକାଉଣ୍ଟର କଲା ପୋଲିସ
ଉମେଶ ପାଲଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୋଲିସ । ଏହା ଉମେଶ ପାଲ ହତ୍ୟାକାଣ୍ଡର ଦ୍ୱିତୀୟ ଏନକାଉଣ୍ଟର । ପୂର୍ବରୁ ପୋଲିସ ଅରବାଜକୁ ଏନକାଉଣ୍ଟରରେ ମାରିଥିଲା ପୋଲିସ ।

ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଉମେଶ ପାଲଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୋଲିସ । ଏହାପୂର୍ବରୁ ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେତେବେଳେ ପୋଲିସ ଅଭିଯୁକ୍ତ ଅରବାଜକୁ ଏନକାଉଣ୍ଟର କରିଥିଲା । କୁହାଯାଉଛି, ଓସମାନ ହିଁ ପ୍ରଥମେ ଉମେଶ ପାଲଙ୍କୁ ଗୁଳି ଚଳାଇଥିଲା ।
ପ୍ରୟାଗରାଜର କୌନ୍ଧିଆରା ଅଞ୍ଚଳରେ ଓସମାନ ଲୁଚି ଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଓସମାନ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ପୋଲିସ ତାକୁ ଏସ୍ଆରଏନ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ । ଗତ ଫେବୃଆରୀରେ ୨୪ ପ୍ରୟାଗରାଜଠାରେ କିଛି ଦୁର୍ବୃତ୍ତ ଉମେଶ ପାଲ ଓ ତାଙ୍କ ୨ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉମେଶ ଗାଡ଼ିରୁ ଓହ୍ଲାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉମେଶ ଓ ତାଙ୍କ ଗନମାନର ମୃତ୍ୟୁ ହୋଇଥିଲା।
#UmeshPal murder case | #UttarPradesh #BJP MLA #ShalabhManiTripathi tweets, “Dreaded murderer Usman shot dead in an encounter with Police today.” pic.twitter.com/yrkssVXdhP
— The Times Of India (@timesofindia) March 6, 2023
ଏହି ଘଟଣାରେ ପୂର୍ବରୁ ଅରବାଜକୁ ଏନକାଉଣ୍ଟର କରି ସାରିଛି ପୋଲିସ । ଉମେଶ ପଲ ହତ୍ୟା ମାମଲାରେ ବ୍ୟବହାର କରାଯାଇଥିବା କାର୍କୁ ଅରବାଜ ହିଁ ଚଳାଉଥିଲା। ଅରବାଜ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦ ଗାଡ଼ି ବି ଚଳାଉଥିଲା।
ସୂଚନାଯୋଗ୍ୟ, ପ୍ରଥମ ସିସିଟିଭି ଫୁଟେଜର ଓସମାନ ଚୌଧୁରୀଙ୍କ ପରିଚୟ ମିଳିପାରିନଥିଲା । ତେଣୁ ଏଫଆଇଆରରେ ତାଙ୍କ ନାମ ନଥିଲା । ତେଣୁ ତାଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଥିଲା । ଏହା ଉମେଶ ପାଲ ହତ୍ୟାକାଣ୍ଡର ଦ୍ୱିତୀୟ ଏନକାଉଣ୍ଟର ।