ବ୍ରିଟେନର ଏହି ସହରରେ ମିଳିଲା ୪୦୦୦ ବର୍ଷ ପୁରାତନ ମନ୍ଦିର! ରୋମାନ୍‌ ସାମ୍ରାଜ୍ୟର ବୋଲି କହିଲେ ପ୍ରତ୍ନତତ୍ତ୍ୱବିଦ୍‌

ଇଂଲଣ୍ଡର ନର୍ଥମ୍ପଟନ୍ ନିକଟ ଏକ ପ୍ରାଚୀନ ସ୍ଥାନରୁ ମିଳିଛି ୪୦୦୦ ବର୍ଷର ପୁରାତନ ମନ୍ଦିର। ଏହି ମନ୍ଦିର ରୋମାନ୍‌ ସାମ୍ରାଜ୍ୟ ସହ ଜଡ଼ିତ ଥିବା କୁହାଯାଉଛି। ଇତିହାସ ଦୃଷ୍ଟିରୁ ଏହି ସାଇଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତ୍ନତତ୍ତ୍ୱବିଦ୍‌ମାନେ କହିଛନ୍ତି।

ଇଂଲଣ୍ଡର ନର୍ଥମ୍ପଟନ୍ ନିକଟ ଏକ ପ୍ରାଚୀନ ସ୍ଥାନରୁ ପ୍ରତ୍ନତତ୍ତ୍ୱବିଦ୍‌ ଟିମ୍‌ ଏକ ପୁରାତନ ମନ୍ଦିରର ଅଂଶବିଶେଷ ପାଇଛନ୍ତି, ଯାହା ସେମାନଙ୍କୁ ଏକଦମ୍‌ ଆଶ୍ଚର୍ଯ୍ୟ କରିଦେଇଛି। ଖନନ ସମୟରେ ଏହି ସ୍ଥାନରୁ ପ୍ରାଚୀନ ମନ୍ଦିର କିମ୍ବା ପ୍ରାର୍ଥନା ସ୍ଥଳର ଅବଶେଷ ମିଳିଥିଲା, ଯାହାକି ପ୍ରାଚୀନ ସଭ୍ୟତା ସହ ଜଡିତ ଥିବା କୁହାଯାଉଛି।

ଅନୁମାନ କରାଯାଉଛି ଯେ ଏହି ମନ୍ଦିରର ଅବଶେଷ ୪୦୦୦ ବର୍ଷ ପୁରୁଣା ହୋଇପାରେ। ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ କହିବା ହେଲା, ଇତିହାସ ଦୃଷ୍ଟିରୁ ଏହି ସାଇଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଠାରେ ଆହୁରି ବି ଅନେକ ବଡ଼ ଆବିଷ୍କାର କରାଯାଇ ପାରିବ।

ମ୍ୟୁଜିୟମ୍ ଅଫ୍ ଲଣ୍ଡନ୍ ଆର୍କିଓଲୋଜି (MOLA)ର ଏକ ପ୍ରତ୍ନତତ୍ତ୍ୱବିଦ୍‌ ଟିମ୍ ନର୍ଥମ୍ପଟନ୍ ନିକଟ ଓଭରଷ୍ଟୋନ୍‌ର ଏହି ସ୍ଥାନରେ ଖନନ କରୁଛନ୍ତି। ଖାସ୍‌ କଥା ହେଉଛି, ଯେଉଁ ଜାଗାରେ ଉତ୍‌ଖନନ କାର୍ଯ୍ୟ ଚାଲିଛି, ସେହି ସ୍ଥାନରେ ହାଉସିଂ ଡେଭେଲପ୍‌ମେଣ୍ଟ କରାଯିବ। ବିଶେଷଜ୍ଞମାନେ କହିଛନ୍ତି କି, ସ୍ଥାନଟି ୨ ହଜାର ବର୍ଷରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଛି। ଏହି ସ୍ଥାନରେ ଏ ପର୍ଯ୍ୟନ୍ତ ବ୍ରୋଞ୍ଜ ଯୁଗ ଏବଂ ରୋମାନ ସଭ୍ୟତା ସହ ଜଡିତ ଅନେକ ଜିନିଷ ଆବିଷ୍କୃତ ହୋଇ ସାରିଛି।

ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଅନୁସାରେ, ଏହି ଜାଗା ପୂଜାଘର କିମ୍ବା ପ୍ରାର୍ଥନା ସ୍ଥଳ ହୋଇଥିବ। କୌଣସି ଦୈନିକ କାର୍ଯ୍ୟ ପାଇଁ ଏହି ଜାଗା ବ୍ୟବହୃତ ହୋଇ ନ ଥିବ। ବ୍ରିଟେନ୍‌ରେ କେବଳ ଏହି ଗୋଟିଏ ଜାଗା ନୁହେଁ, ବରଂ ଏପରି ଅନେକ ସ୍ଥାନ ରହିଛି, ଯେଉଁଠି ରୋମାନ ସାମ୍ରାଜ୍ୟ ସମୟରେ ମନ୍ଦିରଗୁଡ଼ିକ ନିର୍ମାଣ କରାଯାଇଛି।

ମ୍ୟୁଜିୟମ୍ ଅଫ୍ ଲଣ୍ଡନ୍ ଆର୍କିଓଲୋଜି (MOLA)ର କହିବା ହେଲା, ଏବେ ଏହି ସାଇଟ୍‌ରେ ସେମାନଙ୍କ କାର୍ଯ୍ୟ ଲଗାତାର ଜାରି ରହିବ। ପ୍ରତ୍ନତତ୍ତ୍ୱବିଦ୍‌ଙ୍କ କହିବା ହେଲା, ସାଇଟ୍‌ ନିକଟରେ ଝରଣା ଥିବା କାରଣରୁ ଆହୁରି ବି ମୂଲ୍ୟବାନ ଜିନିଷ ଆବିଷ୍କୃତ ହୋଇପାରେ।