Below header

ବେଙ୍ଗାଳୁରୁରେ ମେଟ୍ରୋ କାମ ଚାଲୁଥିବା ବେଳେ ଭୁସିଡିଲା ପିଲର: ଚାଲିଗଲା ମା ଓ ଦୁଇ ବର୍ଷ ଶିଶୁ ପୁତ୍ରର ଜୀବନ  

ବେଙ୍ଗାଳୁରୁ(କେନ୍ୟୁଜ୍): ବେଙ୍ଗାଳୁରୁରେ ଏକ ଅଭାବନୀୟ ଘଟଣା ଘଟିଛି । ରେଲୱେ ବିଭାଗ ପକ୍ଷରୁ ଚାଲିଥିବା ମେଟ୍ରୋ ପିଲାର ଭୁଶୁଡିବା ଯୋଗୁ ବାଇକରେ ଯାଉଥିବା ଏକ ପରିବାର ୪ ଜଣଙ୍କ ମଧ୍ୟରୁ ମହିଳା ଓ ତାଙ୍କର ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ଝିଅ ଗୁରୁତ୍ୱର ହୋଇ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଯେ ବେଙ୍ଗାଳୁରୁ ନଗଭରା ଅଞ୍ଚଳରେ ମେଟ୍ରୋ କାର୍ଯ୍ୟ ଚାଲୁଅଛି । ମେଟ୍ରୋ ଚାଲିଥିବା ପାର୍ଶ୍ୱ ରାସ୍ତାରେ ବାଇକରେ ଜଣେ ଲୋହିତ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ତେଜସ୍ୱନି ଓ ଝିଅ ଦୁଇ ବର୍ଷର ପୁଅ ଯାଉଥିବା ବେଳେ ହଠାତ ଚାଲୁଥିବା ମେଟ୍ରୋର ୪୦ ଫୁଟ ପିଲାର ଭୁଶୁଡି ପଡିଥିଲା ।ଫଳରେ ବାଇକରେ ଯାଉଥିବା ଏକ ପରିବାର ସ୍ୱାମୀ ,ସ୍ତ୍ରୀ ଓ ପୁଅ ଝିଅ ଗୁରୁତର ହୋଇଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ନେଇଯାଇଥିଲେ । ତେବେ ଏହି ଦୁର୍ଘଟଣାରେ ସ୍ତ୍ରୀ ତେଜସ୍ୱନୀ ଓ ୨ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଲୋହିତ ଓ ଝିଅ ଆଲଟିସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାରେ ମୃତ ପରିବାରକୁ କମ୍ପାନୀ ପକ୍ଷରୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଶୋକ ପ୍ରକାଶ କରିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.