ୟୁପି ପୋଲିସ ପରୀକ୍ଷା ବାତିଲ, ୬ ମାସ ପରେ ପୁନଃ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଫେବୃଆରୀ ୧୭ ଏବଂ ୧୮ରେ ଉତ୍ତର ପ୍ରଦେଶ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି ।

ଅନେକ ବିବାଦ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହେଉଥିବା ପୋଲିସ ପରୀକ୍ଷା ବାତିଲ୍ ହେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୬ ମାସ ପରେ ପୁନଃ ପରୀକ୍ଷା କରାଯିବାର ଆଦେଶ ଦିଆଯାଇଛି ।
ଖବର ଅନୁଯାୟୀ, ଫେବୃଆରୀ ୧୭ ଏବଂ ୧୮ରେ ଉତ୍ତର ପ୍ରଦେଶ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ୬୦ ହଜାର ପଦବୀରେ କରାଯାଇଥିବା ଏହି ପରୀକ୍ଷାରେ ୪୮ ଲକ୍ଷ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ପରୀକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ କୌଣସି ବୈଦ୍ୟୁତିକ ଉପକରଣ ବହନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
କିନ୍ତୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପରୀକ୍ଷାର୍ଥୀ ଆନ୍ଦୋଳନ କରିଥିଲେ । ଉକ୍ତ ପରୀକ୍ଷାକୁ ବାତିଲ୍ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଥିଲେ । ବ୍ୟାପକ ଆନ୍ଦୋଳନ ପରେ ପରକ୍ଷାକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ ।
.@Uppolice आरक्षी नागरिक पुलिस के पदों पर चयन के लिए आयोजित परीक्षा-2023 को निरस्त करने तथा आगामी 06 माह के भीतर ही पुन: परीक्षा कराने के आदेश दिए हैं।
परीक्षाओं की शुचिता से कोई समझौता नहीं किया जा सकता।
युवाओं की मेहनत के साथ खिलवाड़ करने वाले किसी भी दशा में बख्शे नहीं…
— Yogi Adityanath (@myogiadityanath) February 24, 2024
ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୟୁପି ପୋଲିସ ପରୀକ୍ଷା ପାଇଁ ଆୟୋଜିତ ପରୀକ୍ଷା-୨୦୨୩ ବାତିଲ କରାଯାଉଛି । ଏହାସହିତ ୬ ଭିତରେ ପୁନଃ ପରୀକ୍ଷା ହେବାକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ କେବେ ପରୀକ୍ଷା ହେବ ତା’ ନେଇ ତାରିଖ ଘୋଷଣା ହୋଇନାହିଁ ।