Below header

ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା, ଇରାନ ସମର୍ଥିତ ଆତଙ୍କୀ ଆଡ୍ଡା ଧ୍ବସ୍ତ

ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା। ପୂର୍ବ-ସିରିୟାର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଛି । F-16 ବିମାନରୁ ହୋଇଛି ବୋମାମାଡ । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଓ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଆମେରିକା ସୈନ୍ୟଙ୍କୁ ଆକ୍ରମଣ କରୁଥିଲେ । ଯାହାର କଡା ଜବାବ ଦେଇଛି ପେଣ୍ଟାଗନ ।

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି। ସିରିୟାରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା। ପୂର୍ବ-ସିରିୟାର ୨ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଛି । F-16 ବିମାନରୁ ହୋଇଛି ବୋମାମାଡ । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଓ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇଛି । ଇରାନ ରିଭୋଲ୍ୟୁସନାରି ଗାର୍ଡସ ଆମେରିକା ସୈନ୍ୟଙ୍କୁ ଆକ୍ରମଣ କରୁଥିଲେ । ଯାହାର କଡା ଜବାବ ଦେଇଛି ପେଣ୍ଟାଗନ । ତେବେ ଆତ୍ମରକ୍ଷା ପାଇଁ ଏୟାର ଷ୍ଟ୍ରାଇକ ହୋଇଥିବା ପ୍ରତିରକ୍ଷା ସଚିବ ଅଷ୍ଟିନ ସ୍ପଷ୍ଟ କରିଛନ୍ତି । ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଆମେରିକା ସୈନ୍ୟ ଠିକଣା ଉପରେ ଗତ କିଛି ଦିନ ହେଲା ରକେଟ୍ ଓ ମିସାଇଲ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଆମେରିକୀୟ ସେନା ଆକ୍ସନ ନେଇଛି । ଇରାନୀ ସମର୍ଥିତ ଆତଙ୍କୀ ସଂଗଠନ ଠିକଣାକୁ ଟାର୍ଗେଟ୍ କରି ଧ୍ବଂସ କରିଛି । ସିରିଆରୁ ଇରାକ୍ ପର୍ଯ୍ୟନ୍ତ ଆମେରିକୀୟ ସେନା ଉପରେ ମିସାଇଲ୍ ମାଡ଼ ହୋଇଥିଲା ।

ପେଣ୍ଟଗନ ରିପୋର୍ଟ ମୁତାବକ, ଅକ୍ଟୋବର ୧୭ ତାରିଖ ପରେ ଆମେରିକା ସୈନ୍ୟ ଠିକଣା ଓ କର୍ମୀଙ୍କ ଉପରେ ପ୍ରାୟ ୧୨ଟି ଏବଂ ସିରିଆରେ ୪ଟି ସ୍ଥାନରେ ହମଲା ହୋଇଥିଲା । ବାୟୁସେନା ବ୍ରିଗେଡିୟର ଏବଂ ଜେନେରାଲ ପୈଟ୍ ରାଇଡର କହିଛନ୍ତି, ଏହି ହମଲାରେ ୨୧ ଆମେରିକୀୟ କର୍ମୀ ଆହତ ହୋଇଥିଲେ । ତେଣୁ ଇରାକର ଅଲ-ଅଲଦ ଏୟାରବେସ୍ ଓ ସିରିଆର ଅଲ-ତନଫ ଗୈପିସନକୁ ଟାର୍ଗେଟ୍ କରାଯାଇଛି । ଏହି ହମଲାରେ ବିଶେଷ କରି ମାନବ ବିହୀନ ଡ୍ରୋନ୍ ବ୍ୟବହାର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.