Below header

ଅଚେତ ସାପକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ମଧ୍ୟପ୍ରଦେଶର ଏକ ପୋଲିସ୍ କନଷ୍ଟେବଳଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି । କୀଟନାଶକ ପଡିଥିବା ପାଣିରେ ବୁଡ଼ିଯିବା ଫଳରେ ଚେତାଶୂନ୍ୟ ହୋଇପଡିଥିବା ଏକ ସାପକୁ ସିଆରପି ପ୍ରଦାନ କରୁଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୂପେ ଭାଇରାଲ ହେଉଛି।

ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ସେହିପରି ଏକ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଳ୍ ହେଉଛି । ମଧ୍ୟପ୍ରଦେଶର ଏକ ପୋଲିସ୍ କନଷ୍ଟେବଳଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି । କୀଟନାଶକ ପଡିଥିବା ପାଣିରେ ବୁଡ଼ିଯିବା ଫଳରେ ଚେତାଶୂନ୍ୟ ହୋଇପଡିଥିବା ଏକ ସାପକୁ ସିପିଆର (CPR)ପ୍ରଦାନ କରୁଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୂପେ ଭାଇରାଲ ହେଉଛି।

ଅନେକ ନେଟେନିଜେନ ମଧ୍ୟପ୍ରଦେଶର ନରମାଦପୁରାମରୁ ଏହି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଅତୁଲ ଶର୍ମା ନାମକ ଜଣେ କନଷ୍ଟେବଳ ଚେତାଶୂନ୍ୟ ହୋଇ ପଡ଼ିଥିବା ସାପକୁ ପାଟିରେ ସିପିଆର (CPR)ଦେଉଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ବିଷାକ୍ତ ସାପଟି ଏକ ଆବାସିକ କଲୋନୀର ପାଇପଲାଇନରେ ପ୍ରବେଶ କରିଥିଲା । ଯେତେବେଳେ ବାସିନ୍ଦାମାନେ ପାଇପ ଲାଇନରୁ ସାପକୁ ବାହାର କରିବାରେ ବିଫଳ ହୋଇଥିଲେ, ସେତେବେଳେ ସେମାନେ ପାଣି ଭିତରେ କିଛି କୀଟନାଶକ ଢାଳିଦେଇଥିଲେ। ଯାହାର ଫଳସ୍ୱରୂପ ସାପଟି ଚେତାଶୂନ୍ୟ ହୋଇ ପଡିଥିଲା।

snake

ଏହି ଭିଡିଓରେ କନଷ୍ଟେବଳ ଜଣଙ୍କୁ ସାପଟିର ମୁହଁରେ ମୁହଁ ଲଗାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି । ଏଭଳି କିଛି ସମୟ କରିବା ପରେ ସାପଟି ଧୀରେ ଧୀରେ ଚେତା ଫେରି ପାଉଥିବା ନଜର ଆସୁଛି । ଭିଡିଓ ରେକର୍ଡିଂ କରୁଥିବା ଲୋକମାନେ ଯେତେବେଳେ ଦେଖିଲେ କି ସାପଟି ଧୀରେ ଧୀରେ ମୁହଁଟି ଖୋଲୁଛି ଏବଂ ନିଜ ବେକକୁ ମଜବୁତ୍ କରରିବାକୁ ଚେଷ୍ଟା କରୁଛି, ସେତେବେଳେ ସଭିଏଁ ଖୁସି ହୋଇଯାଉଛନ୍ତି ।

ଏହାପରେ ସଭିଏଁ “ରାଧେ, ରାଧେ” ଜପ କରିବାକୁ ଆରମ୍ଭ କରୁଚନ୍ତି । ସାପଟି ଜୀବନ ଫେରିପାଇବା ପରେ କନଷ୍ଟେବଳ ଜଣକ ଲୋକମାନଙ୍କୁ ଏପରି କୀଟନାଶକ ବ୍ୟବହାର କରିବାକୁ ମନା କରୁଥିବା ଶୁଣିବାକୁ ମିଳୁଛି । ଏବଂ ଏପରି ପରିସ୍ଥିତିର ସମ୍ମୁଖୀନ ହେଲେ ପେଟ୍ରୋଲ ବ୍ୟବହାର କରିବାକୁ କହୁଛନ୍ତି ।

ଅନୁରାଗ ଦ୍ଵାରୀ ନାମକ ଜଣେ ବ୍ୟକ୍ତି ଏହି ପୋଷ୍ଟକୁ ସେୟାର କରି ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ ନରମାଦପୁରମର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠାରେ ଜଣେ ପୋଲିସ୍ କନଷ୍ଟେବଳ କୀଟନାଶକ ପାଣିରେ ବୁଡ଼ିଯିବା ପରେ ଚେତାଶୂନ୍ୟ ହୋଇଯାଇଥିବା ଏକ ସାପକୁ ସିପିଆର ଦେଉଛନ୍ତି। ସେହିପରି ଆଉ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, “ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ। ଅନ୍ୟ ଜଣେ କହିଛନ୍ତି, ସାହସ ଏବଂ ଦୟା ।

ତଥାପି, ସାପକୁ ପୁନର୍ଜୀବିତ କରିବାରେ କନଷ୍ଟେବଳଙ୍କ ବଳିଷ୍ଠ ପ୍ରୟାସ ହୁଏତ ସଠିକ୍ ହୋଇନଥାଇପାରେ ତଥାପି କାହାର ଜୀବନ ବଞ୍ଚାଇବାର ଖୁସି କହିଲେ ନସରେ । ତେବେ ଏକ ୱେବ ସାଇଟ୍ ର ରିପୋର୍ଟ ଅନୁସାରେ ଯଦି ସାପମାନେ ଶ୍ୱାସକ୍ରିୟା କରୁନାହାଁନ୍ତି, ତେବେ ସିପିଆର ଦେଇ ସେମାନଙ୍କୁ ପୁନର୍ଜୀବିତ କରାଯାଇପାରିବ ନାହିଁ। “ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପରି, ସାପମାନଙ୍କର ଫୁସଫୁସ ନାହିଁ ଯାହା CPR ବ୍ୟବହାର ଦ୍ଵାରା ବଞ୍ଚିପାରେନାହିଁ ।

ଏହା ପରିବର୍ତ୍ତେ, ସେମାନଙ୍କର ଏକ ଶୃଙ୍ଖଳା ବାୟୁ ଥଳି ଅଛି ଯାହା ସେମାନଙ୍କୁ ନିଶ୍ୱାସ ନେବାକୁ ଦେଇଥାଏ। ଏହି ଏୟାର ଥଳିଗୁଡ଼ିକ ସେମାନଙ୍କ ଅନ୍ତନଳୀରେ ଅବସ୍ଥିତ ଏବଂ ସାପର ମାଂସପେଶୀ ଉପରେ ନିର୍ଭର କରି ସେମାନଙ୍କ ମାଧ୍ୟମରେ ବାୟୁ ଚଳାଇଥାଏ। ଫଳସ୍ୱରୂପ, ସାପକୁ ପୁନର୍ଜୀବିତ କରିବା ପାଇଁ ସିପିଆର (CPR) ବ୍ୟବହାର କରିବା ସମ୍ଭବ ନୁହେଁ ।

ଯଦି ଆପଣ ଏକ ସାପକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି ଯାହା ଶ୍ୱାସକ୍ରିୟା କରୁନାହିଁ, ତେବେ ସର୍ବୋତ୍ତମ ଉପାୟ ହେଉଛି ଉଷୁମ ପାଣି ଥିବା ଏକ ପାତ୍ରରେ ସାପଟିକୁ ରଖି, ତାର ମାଂସପେଶୀକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା । ଯାହା ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଏବଂ ପୁନର୍ବାର ଚେତା ଫେରାଇ ଆଣିବାରେ ସାହାଯ୍ୟ କରିବ ବୋଲି ଏଥିରେ ଲେଖାଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.