ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍‌-୧୯ ପରୀକ୍ଷା ବାଧ୍ୟତାମୂଳକ କଲା ଆମେରିକା, ଜାନୁୟାରୀ ୨ ରୁ ହେବ ଲାଗୁ

ନୂଆଦିଲ୍ଲୀ : ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ପରୀକ୍ଷା ଆବଶ୍ୟକ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆମେରିକୀୟ ପ୍ରଶାସନ ଘୋଷଣା କରିଛି। ଏହା ଅଧୀନରେ, ବର୍ତ୍ତମାନ ଚୀନ୍ ରୁ ଆମେରିକା ଆସୁଥିବା ସମସ୍ତ ଯାତ୍ରୀଙ୍କ ଯାତ୍ରା କରିବାର ଦୁଇ ଦିନ ପୂର୍ବରୁ କୋଭିଡ୍ ପରୀକ୍ଷା କରିବା ଏବଂ ନେଗେଟିଭ ରିପୋର୍ଟ ଦେଖାଇବା ଆବଶ୍ୟକ ବୋଲି କହିଛି ।

ଆମେରିକାର ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଦେଇ କହିଛି ଯେ ଚାଇନା, ହଂକଂ ଏବଂ ମାକାଓରୁ ବିମାନ ଯୋଗେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଆମେରିକାରେ ପହଞ୍ଚିବାର ଦୁଇ ଦିନ ପୂର୍ବରୁ କରୋନା ପରୀକ୍ଷା କରିବାକୁ ପଡିବ। ଏହି ନିୟମ ୨ ଏବଂ ତଦୁର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯିବ। ପରୀକ୍ଷା ନେଗେଟିଭ୍‌ ଆସିଲେ ଯାତ୍ରୀଙ୍କୁ ଆମେରିକାକୁ ଛଡ଼ାଯିବ। ସେହିପରି, ବିମାନ ଯାତ୍ରା କରିବାର ୧୦ ଦିନ ପୂର୍ବରୁ ଯେଉଁ ଯାତ୍ରୀମାନେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବେ ସେମାନେ ସୁସ୍ଥ ହୋଇଛନ୍ତି ବୋଲି ସାର୍ଟିଫିକେଟ୍‌ ଦାଖଲ କରିବେ। ଏହି ନୂତନ ନିୟମ ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବ।

ଚାଇନାରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଆମେରିକା ସତର୍କ ହୋଇପଡିଛି। ଆମେରିକାର ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଚାଇନାରେ COVID-19 ବିସ୍ତାରରେ ତ୍ୱରାନ୍ୱିତ ହେବା ଦ୍ୱାରା ନୂତନ ପ୍ରକାରର ସଂକ୍ରମଣ ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ଏହି ଅଧିକାରୀ କହିଛନ୍ତି ଯେ ଚାଇନାରେ ନୂତନ ପ୍ରକାରର ଭାରିଆଣ୍ଟ ବିଷୟରେ ବେଜିଂ କେବଳ ବିଶ୍ୱ ଡାଟାବେସରେ ସୀମିତ ତଥ୍ୟ ପ୍ରଦାନ କରିଛି। ଏହା ବ୍ୟତୀତ ଚାଇନାରେ କରୋନାର ନୂତନ ମାମଲା ଉପରେ ପରୀକ୍ଷା ଏବଂ ରିପୋର୍ଟ ଟେଷ୍ଟ କରିବାରେ ମଧ୍ୟ ହ୍ରାସ ପାଇଛି।

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏହାର ନାଗରିକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ, ତେଣୁ ନାଗରିକଙ୍କ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସୁଚିନ୍ତିତ ତଥା ସକ୍ରିୟ ପଦକ୍ଷେପ ନେଉଛି। ଚାଇନା ସମ୍ବନ୍ଧୀୟ ନୂତନ ଗାଇଡଲାଇନ ଜାନୁୟାରୀ ୨ ତାରିଖରୁ ଲାଗୁ ହେବ।

ଆମେରିକାର ଅଧିକାରୀଙ୍କ ଅନୁଯାୟୀ, ଚୀନ୍ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରତିଦିନ ଆମେରିକାକୁ ୨୯୦ ବିମାନ ଚଳାଚଳ କରୁଛି। ଏଭଳି ପରିସ୍ଥିତିରେ ଚାଇନାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ସତର୍କ ହୋଇପାରିଛି। ସିଓଲ, ଟରୋଣ୍ଟୋ ଏବଂ ଭାନକୋଭର ଦେଇ ଆମେରିକା ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରୀଙ୍କ ସମ୍ବନ୍ଧୀୟ ନୂତନ ନିୟମ ଲାଗୁ ହେବ। ଏହା ବ୍ୟତୀତ, ଯେଉଁମାନେ ଆମେରିକା ଯାତ୍ରା କରିବାର ୧୦ ଦିନ ପୂର୍ବରୁ ଯଦି କରୋନା ପଜିଟିଭ୍ ହୋଇଥିଲେ, ସେମାନଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ମଧ୍ୟ ଦେବାକୁ ପଡିବ ।

ସୂଚନାଯୋଗ୍ୟ, ଜାନୁଆରି ୨୨ ତାରିଖରୁ ଆରମ୍ଭ ହେଉଥିବା ଚାନ୍ଦ୍ର ନବବର୍ଷ ହେଉଛି ଚୀନ୍‌ର ସବୁଠୁ ଗହଳ ଚହଳ ଭ୍ରମଣ ସମୟ। ଏଥିପାଇଁ ପୁଣି ଟୁରିଜିମ୍‌ ପାସ୍‌ପୋର୍ଟ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଦିନ ଚୀନ୍‌ ଘୋ‌ଷଣା କରିଛି। ୨୦୨୦ରୁ ଚୀନ୍‌ ଟୁରିଜିମ୍‌ ପାସ୍‌ପୋର୍ଟ ଜାରି କରୁ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.