ରେଷ୍ଟୁରାଣ୍ଟରୁ ଚିକେନ ଓ୍ଵିଙ୍ଗସ୍‌ ଅର୍ଡର କରିଥିଲେ ମହିଳା, ଡବା ଖୋଲିଲା ବେଳକୁ ଓ୍ଵିଙ୍ଗସ୍‌ ସହିତ ମିଳିଲା କୁକୁଡା ମୁଣ୍ଡ

ନନ୍‌ଭେଜ ପ୍ରେମୀ ହୋଇଯାଆନ୍ତୁ ସାବଧାନ୍‌ ! ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଖାଇବା ମଗାଇବା ବେଳେ ଆପଣଙ୍କ ସହିତ ମଧ୍ୟ ଏପରି ଘଟଣା ଘଟିପାରେ। ତେଣୁ ଖାଇବା ଅର୍ଡର କରିବା ପୂର୍ବରୁ ଭାବିନିଅନ୍ତୁ। ଆମିଷପ୍ରିୟ ବ୍ୟକ୍ତିଙ୍କ ପ୍ରଥମ ପସନ୍ଦ ଚିକେନ। ଶୀତ ଦିନ ହେଉ ଅବା ଖରା ଦିନ ଲୋକେ ଚିକେନ ଖାଇବାକୁ ବହୁତ ଇଚ୍ଛା ରଖିଥାନ୍ତି କିନ୍ତୁ ଯଦି ଏହି ଚିକେନ ଖାଇବା ବେଳେ ଆପଣଙ୍କ ଅନୁଭବ ଖରାପ ହୋଇଯାଏ, ତେବେ ଆପଣଙ୍କ ଇଚ୍ଛା ଶେଷ ହୋଇଯିବ ନିଶ୍ଚିତ। ନିକଟରେ ଏମିତି ଏକ ଘଟଣା ପେନସିଲିଭେନିୟାର ରହୁଥିବା ଜଣେ ମହିଳାଙ୍କ ସହିତ ଘଟିଛି। ମହିଳାଙ୍କ ନାମ ବ୍ରିଟେନ ପଲହାମସ୍‌ ରହିଛି। ସେ ଏକ ରେଷ୍ଟୁରାଣ୍ଟରେ ଚିକେନ ଓ୍ଵିଙ୍ଗସ ଖାଦ୍ୟ ଅର୍ଡର ଦେଇଥିଲେ। କିନ୍ତୁ ଏହି ଡବା ଖୋଲିବା ମାତ୍ରେ ସେଥିରୁ ଚିକେନ ଓ୍ଵିଙ୍ଗସ ସହିତ ଚିକେନର ମୁଣ୍ଡ ମଧ୍ୟ ବାହାରିଥିଲା। ଯାହାକୁ ଦେଖି ସେ ଚମକି ପଡିଥିଲେ।

ଆଜିକାଲି ଘରେ ବସି ଖାଦ୍ୟ କୌଣସି ରେଷ୍ଟୁରାଣ୍ଟରୁ ଅନଲାଇନରେ ଅର୍ଡର କରିହେଉଛି। ତେଣୁ ମହିଳା ଜଣକ ରେଷ୍ଟୁରାଣ୍ଟରୁ ଅନେକ ଥର ଚିକେନ ଓ୍ଵିଙ୍ଗସ ପୂର୍ବରୁ ଅର୍ଡର କରି ଖାଇଛନ୍ତି। ଏଥର ମଧ୍ୟ ସେଭଳି ଖାଇବା ଅର୍ଡର କରିବା ସମୟରେ ଡବାରୁ ଚିକେନ ଓ୍ଵିଙ୍ଗସ ସହିତ କୁକୁଡାର ମୁଣ୍ଡ ମଧ୍ୟ ବାହାରିଥିଲା। କୁକୁଡା ମୁଣ୍ଡ ମଧ୍ୟ ଓ୍ଵିଙ୍ଗସ ସହିତ ଫ୍ରାଏ ହୋଇଯାଇଥିଲା। ତେଣୁ ସେ ପ୍ରଥମେ ଖାଇବା ବେଳେ ଜାଣିପାରିନଥିଲେ।

ଏହାଦେଖିବା ପରେ ମହିଳା ଜଣକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ଏଭଳି ଘଟଣା ପ୍ରତିଥର ଘଟେ ନାହିଁ ବୋଲି ମଧ୍ୟ କହିଛନ୍ତି। ଚିକେନ ଓ୍ଵିଙ୍ଗସ ବହୁତ ଟେଷ୍ଟି ଲାଗିଥାଏ ବୋଲି ମହିଳା ଜଣକ ସେହି ରେଷ୍ଟୁରାଣ୍ଟରୁ ସବୁବେଳେ ଏହାକୁ ଅର୍ଡର କରନ୍ତି। କିନ୍ତୁ ଏମିତି ଘଟଣା ଘଟିବ ବୋଲି ସେ କେବେ ବି ବିଶ୍ୱାସ କରିନଥିଲେ।

ଏହି ଘଟଣା ଘଟିବା ପରେ ମହିଳାଙ୍କୁ ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ମଗାଯାଇଥିଲା ଏବଂ ପଇସା ମଧ୍ୟ ଫେରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.